ଯାଜପୁର ସଦର, ୦୬ା୧୨ (ସନ୍ଧାନ ନ୍ୟୁଜ୍): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ର ନରେନ୍ଦ୍ର ଚୋଲଙ୍କ ପୁଅ ସୁରେନ୍ଦ୍ରନାଥ ଚୋଲଙ୍କର ୫୦ବର୍ଷ ବୟଷରେ ହାଟଷ୍ଟୋକ ହେବାରୁ ମୃତ୍ୟୁ ଘଟିଲା । ସୁରେନ୍ଦ୍ରନାଥ ଚୋଲ ବୈଷ୍ଟମ୍ବରେ ତାଙ୍କ ମୌଳିକ ବିଦ୍ୟାପିଠରେ ଶିକ୍ଷକତା ଆରମ୍ଭ କରି ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ । ବୈଷ୍ଠମ୍ବ ଚରଣ ନାୟକଙ୍କ ବିଦ୍ୟାପିଠର ପ୍ରଧାନ ଶିକ୍ଷକ ସୁନନ୍ଦ କୁମାର ନାୟକ ବିଦ୍ୟାପିଠର ସମସ୍ତ ଶିକ୍ଷକ ସୁରେନ୍ଦ୍ରଙ୍କର ମୃତ୍ୟୁ ଖବର ପାଇ ତାଙ୍କ ବାସଭବନ ବନ୍ଧଡିହ ଗ୍ରାମରେ ପହଁଞ୍ôଚଥିଲେ । ଶୋକାକୁଳ ପରିବେଶରେ ଶ୍ରୀ ଚୋଲଙ୍କର ମରଶରୀରକୁ ବିରାଟ ଶୋଭଯାତ୍ରାରେ ନିଆଯାଇ ପରିବାର ବର୍ଗଙ୍କ ଉପସ୍ଥିତିରେ ଶବ ସଂସ୍କାର କରାଯାଇଥିଲା । ବୈଷ୍ଟମ୍ବ ଚରଣ ନାୟକଙ୍କ ବିଦ୍ୟାପିଠ(କୋଠିଡିହ) ଗ୍ରାମରେ ଶୋକ ପ୍ରକାଶ କରାଯିବା ସହିତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗୁରୁଜୀଙ୍କୁ ହରାଇ ଶୋକ ପ୍ରକାଶ କରିଥିଲେ । ବୈଷ୍ଟମ୍ବ ଚରଣ ନାୟକ ବିଦ୍ୟାପିଠର ପ୍ରଧାନ ଶିକ୍ଷକ ସୁନନ୍ଦ କୁମାର ନାୟକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏସଏମସି କମିଟିର ସଭାପତି ସମ୍ପାଦକ ସଭ୍ୟ ମାନେ ଦୁଃଖ ପ୍ରକାଶ କରିବା ସହିତ ଶ୍ରୀ ଚୋଲଙ୍କ ଆତ୍ମାର ସଦଗତି ହେଉ ବୋଲି ଭଗବାନ ନିକଟରେ ପ୍ରାର୍ଥନା କରିଥିଲେ ।
ଶିକ୍ଷକଙ୍କର ହାଟଷ୍ଟୋକ ହେବାରୁ ମୃତ୍ୟୁ ଘଟିଲା
|
December 8, 2023 |
![ଶିକ୍ଷକଙ୍କର ହାଟଷ୍ଟୋକ ହେବାରୁ ମୃତ୍ୟୁ ଘଟିଲା](https://sandhannews.com/wp-content/themes/mts_newsonline/images/nothumb-featuredfull.png)