ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା

Spread the love
ବାଲିଗୁଡ଼ା ୧୭/୧୦/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ନୃଶଂସ ମା । ଏପରି ଏକ  ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମରେ। ଗତ ଶନିବାର ଦିନ ନିଜ ନାତୁଣୀ ନିଖୋଜ ହୋଇଥିବା ନେଇ ଅଜା ବିପିନି ବେହେରା ସାରଙ୍ଗଗଡ଼ ଥାନା ରେ ଏତଲା ଦେଇଥିଲେ। ଏହା ପରେ ପୁଲିସ ଖୋଜା ଖୋଜି ଚଳାଇ ଥିବା ବେଳେ ମଙ୍ଗଳବାର ଦିନ  ଶିଶୁ ଟିର ଶବ ମାଟି ତଳୁ ମିଳିଛି। ଏ ଘଟଣା ରେ ଶିଶୁ ଟିର ମା କୁ ଥାନା ରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ଘଟଣା ରୁ ପ୍ରକାଶ ଯେ ରାକେଶ ଦଣ୍ଡିଆ ନାମକ ଜଣେ ବ୍ୟକ୍ତି ବିବାହର କିଛି ଦିନ ହେବ ବେଶ ହସ ଖୁସିରେ ନିଜ ସଂସାର ଚାଲି ଆସୁଥିବା ବେଳେ ପାରିବାରିକ କୌଣସି କାରଣ ରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଚାଲି ଆସିଥିଲା ହେଲେ ଦୀର୍ଘ ୪ ବର୍ଷ ହେବ ସ୍ବାମୀ ସ୍ତ୍ରୀ ଅଲଗା ରହୁଥିବା ଜଣାପଡିଛି।  ଶନିବାର ଦିନ ନିଜ ଜନ୍ମ କଲା ମା ପଦ୍ମିନୀ ଦଣ୍ଡିଆ ନିଜ ୪ ବର୍ଷ ର ଝିଅ ସୁରେଖା ଦଣ୍ଡିଆ କୁ ନିଜ ହାତରେ ମାରି ଗାଁ ନିକଟସ୍ଥ ବାଡ୍ରିମୁଣ୍ଡା ଜଙ୍ଗଲ ରେ ପୋତିଦେଇଥିବା ଜଣାପଡିଥିଲା । ଖବର ପାଇ ସାରଙ୍ଗଡ ପୋଲିସ ଏହାର ସନ୍ଧାନ କରିଥିଲେ ଆଉ ମାଟି ତଳୁ ୪ ବର୍ଷ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବିଷୟ ସାରଙ୍ଗଗଡ ଆଇଆଇସି ବଧୁଲତା ବିଶ୍ବାଳ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Related Posts

About The Author

Add Comment