ଅମାନିଆ ଗାଡ଼ି ପାର୍କିଂ ଉପରେ ଟାଉନ ଥାନାର କଡ଼ା ଆକ୍ସନ, ବିଭିନ୍ନ ସ୍ଥାନରେ ଚଢ଼ାଉ

Spread the love

ସୁନ୍ଦରଗଡ ତା:୭/୯/୨୦୨୬(ସନ୍ଧାନ ନ୍ୟୁଜ) ଅମାନିଆ ଗାଡ଼ି ପାର୍କିଂ କୁ ନେଇ ଟାଉନ ଥାନାର କଡ଼ା ପଦକ୍ଷେପ ।୫୦,୦୦୦ରୁ ଅଧିକ ଟଙ୍କା ଫାଇନ୍ ସଂଗ୍ରହ l ସହରର ବିଭିନ୍ନ ସ୍ଥାନରେ ଅମାନିଆ ଭାବେ ଗାଡ଼ି ପାର୍କିଂ କରି ଯାତାୟାତରେ ବାଧା ସୃଷ୍ଟି କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଟାଉନ ଥାନା ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୫୦ ହଜାର ଟଙ୍କାରୁ ଅଧିକ ଜରିମାନା ସଂଗ୍ରହ କରାଯାଇଛି। ରାସ୍ତା ଉପରେ ଅନିୟମିତ ପାର୍କିଂ ଯୋଗୁଁ ଟ୍ରାଫିକ୍ ସମସ୍ୟା ବଢ଼ୁଥିବାରୁ ଏଭଳି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବା ଆଶା କରାଯାଉଛି। ସୁରକ୍ଷିତ ଯାତାୟାତ ପାଇଁ ନିୟମ ମାନନ୍ତୁ, ଠିକ୍ ସ୍ଥାନରେ ଗାଡ଼ି ପାର୍କିଂ କରନ୍ତୁ ବୋଲି ଟାଉନ ପୋଲିସ ପକ୍ଷରୁ ସଚେତନ କରାଯାଉଛି ।

Related Posts

About The Author

Add Comment