ମା’ ପାଟଖଣ୍ଡା ଠିକାଦାର ସଂଘର ୧୯ ତମ ବୈଠକ

Spread the love

ବାଲିଗୁଡା, ୨୧/୯/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା’ ପାଟଖଣ୍ଡା ଠିକାଦାର ସଂଘର ୧୯ ତମ ବୈଠକ ସଂଘ ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବାଲିଗୁଡ଼ା ବ୍ଲକ ବୁଡୁରୁକିଆ ପଞ୍ଚାୟତ ମୁସୁକୁଲି ର ଦମଦେଇ ନାଳ ନିକଟରେ ଅନୁଷ୍ଠିତ ହୋଇଯାଇଛି | ଏଣିକି ଜିଲ୍ଲା ବାହାରର ଠିକାଦାର ମାନେ କୌଣସି ଟେଣ୍ଡର ପକାନ୍ତି ତାହାହେଲେ ସଂଘର ନିଷ୍ପତ୍ତି ଅନୁଯାୟୀ ସେହି ଠିକାଦାର ଟେଣ୍ଡରରେ ଭାଗ ନେଇପାରିବ ନାହିଁ ବୋଲି ଏହି ବୈଠକରେ ଦୃଢ଼ ନିଷ୍ପତ୍ତି ନିଆଯାଇଛି l  ଏହି ବିଷୟ ବ୍ଲକ ର ସମସ୍ତ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କୁ ମୌଖିକ ଏବଂ ଲିଖିତ ଭାବରେ ଜଣାଇବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା | ଏହି ବୈଠକ ରେ ଠିକାଦାର ସଂଘର ସଭାପତି ସ୍ଵପ୍ନେଶ୍ଵର ସାହୁ, ସମ୍ପାଦକ ରଞ୍ଜିତ କୁମାର ସାହୁ, କୋଷାଧକ୍ଷ ଅଭୟ ପାତ୍ର, ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ଅନିଲ ଚୌଧୁରୀ, ରାମେଶ୍ବର ପାଣିଗ୍ରାହୀ, ଟୁନା ସାହୁ, ବିଶ୍ବଜିତ ପାତ୍ର, ପ୍ରମୋଦ ସାହୁ, ବୈକୁଣ୍ଠ ସାହୁ, ଉମାକାନ୍ତ ନାୟକ, ରଞ୍ଜିତ ଚୌଧୁରୀ, କେ.ଫକୀର ମୋହନ ଦୋରାଙ୍କ ସମେତ ବ୍ଲକର ସମସ୍ତ ଠିକାଦାର ଉପସ୍ଥିତ ଥିଲେ ।

Related Posts

About The Author

Add Comment