ଘରେ ପଶି ନାବାଳିକାଙ୍କୁ ଦଳି ଦେଲା ହାତୀ ଘରେ ପଶି ନାବାଳିକାଙ୍କୁ ଦଳି ଦେଲା ହାତୀ

Spread the love

ସୋର : ଘରେ ପଶି ନାବାଳିକାକୁ ଦଳି ଦେଲା ହାତୀ।  ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଳିଆ ଚିତ୍ରାଶୁଳ ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ନିଶିକାନ୍ତ ଦେଉରୀଙ୍କର ଝିଅ ପରି ଦେହୁରୀ।  ଝିଅଟିକୁ ୮ବର୍ଷ ହୋଇଥିଲା।

ସୂଚନାଅନୁସାରେ, ପରି ଗତକାଲି ରାତିରେ ନିଜ ପରିବାର ସହିତ ଖାଇପିଇ ଘରେ ଶୋଇଥିଲେl ବିଳମ୍ବିତ ରାତିରେ ୮ ରୁ ୯ ଟି ହାତୀ ପରିଙ୍କ ବାଡ଼ି ଭିତରେ ପଶି ନଡିଆ ଗଛ ଖାଉଥିଲେ। ଶବ୍ଦ ଶୁଣି ପରିବାର ଲୋକେ ଉଠି ହାତୀକୁ ଘଉଡାଇବା ବେଳେ ଗୋଟିଏ ହାତୀ ଘର ଭାଙ୍ଗି ଭିତରକୁ ପଶି ଆସିଥିଲା। ସେହି ସମୟରେ ପରି ଘରେ ଏକା ଶୋଇଥିଲା। ହାତୀଟି ଅନ୍ଧାରରେ ପରିର ମୁଣ୍ଡ ଉପରେ ଚଢି ଯାଇଥିଲା। ଗ୍ରାମବାସୀ ଓ ପରିବାର ଲୋକେ ଦୌଡ଼ି ଆସି ହାତୀକୁ ଘଉଡାଇଥିଲେ। ଏହାସହ ପରିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର  ଝିଅଟିକୁ ମୃତ ଘୋଷଣା କରିଥିଲେ।

Related Posts

About The Author

Add Comment