ବଡଚଣା, (ସନ୍ଧାନ ନିୟୁଜ/ଏ ସାହୁ)- ବଙ୍ଗପୋସାଗରରେ ସୃଷ୍ଟ ଲଘୁ ଝଡ଼ ବାତ୍ୟା ‘ତିତିଲି’ ପ୍ରଭାବରେ ଦୀଘ ୩ ଦିନ ହେଲା ଲଗାଣ ବର୍ଷା ଫଳରେ ବଡ଼ଚଣାର ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ବହୁ ଗ୍ରାମ ଜଳମଗ୍ନ ହୋଇଛି । ଏହି ବ୍ଳକ୍ ଅନ୍ତର୍ଗତ ବନ୍ଦାଳୋ ଗ୍ରାମର ମୁଣ୍ଡା ସାହିରେ ୨୦ଟି ଆଦିବାସୀ ପରିବାର ଜଳବନ୍ଦି ହେବା ଫଳରେ ସେମାନେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି । ସେହିପରି ଉକ୍ତ ଗ୍ରାମର ଧୋବା ସାହି, ସ୍ୱାଇଁ ସାହି, ସାହୁ ସାହି ଓ ପ୍ରଧାନ ସାହିରେ ବର୍ଷା ଜଳ ପ୍ରବେଶ କରିବା ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ବନ୍ଦାଳୋ-ଏଣ୍ଡରପଦା ରାସ୍ତାଟି ପାଣିରେ ବୁଡ଼ି ରହିବା ସହିତ ରାଣି ପୋଖରି ସାହିର ବିବେକାନନ୍ଦ ସାହୁଙ୍କ ୧ ବଖରା ଓ ନଙ୍ଗୁଳି ସାହୁଙ୍କୁ ୨ ବଖରା କଚା ଘର ଭାଙ୍ଗିଯାଇଛି । ଏଥି ସହିତ ଲଗାଣ ବର୍ଷା ପଳରେ ବଡ଼ଚଣା ଅଞ୍ଚଳର ବହୁ ପାଟ ଜମିପାରିରେ ବୁଡ଼ି ରହିବା ସହ ଧାନ ଫସଲ ନଷ୍ଟର ହେବାର ଆଶଙ୍କା ଦେଖାଦେଇଛି । ଲଗାଣ ବର୍ଷା ହେବା ଫଳରେ ବଡ଼ଚଣାରେ ୬୨ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗରୁ ଜଣାଯାଇଛି ।
ତିତିଲି ପ୍ରଭାବରେ ବଡ଼ଚଣା ବେହାଲ:୩ବଖରା ଘର ଭାଙ୍ଗିଲା, ସହାୟତା ଦାବି
|
October 16, 2018 |