ଯାଜପୁର ଜିଲ୍ଲାପାଳ ଏବଂ ଏସପି ଅଭିଯୋଗ ଶୁଣିଲେ

Spread the love

ଯାଜପୁର ସଦର, ୧୪ା୦୩: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ôଷୁ ବଡ଼ଚଣା ବ୍ଲକ କାର୍ଯ୍ୟାଳୟ ପରିଶରରେ ଯାଜପୁର ଜିଲ୍ଲାପାଳ, ଚକ୍ରବର୍ତ୍ତି ସିଂରାଠୋର, ଏସପି ଭିନିତ ଅଗ୍ରୱାଲଙ୍କ ଉପସ୍ଥିତିରେ ଅଭିଯୋଗ ପ୍ରକୋଷ୍ଠ କରାଯଅଇଥିଲା । ଏହ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦିବ୍ୟଲୋଚନ ମହନ୍ତ, ଜିଲ୍ଲାପ୍ରଶାସନ ଅଧିକାରୀ ମାନେ ଯୋଗଦେଇଥିବା ବେଳେ, ଅଶୋକ ବେଉରିଆ, ଡେପୁଟି କଲେକ୍ଟର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶିବ ପ୍ରଶାଦ ସାହୁ, ବଡ଼ଚଣା ବିଡିଓ ରବିନ୍ଦ୍ର ପ୍ରଧାନ, ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କ ସମେତ ପ୍ରଶାସନ ଅଧିକାରୀ ମାନେ ଯୋଗଦାନ କରିଥିଲେ । ଆଜିର ଅଭିଯୋଗ ପ୍ରକୋଷ୍ଣଟକୁ ୪୪ଟି ଅଭିଯୋଗ ପ୍ରସାସନ ନିକଟକୁ ଆସିଥିବା ବେଳେ, ସେହି ମଧ୍ୟରୁ ୩୯ଟି ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରଲିଫ ପାଣ୍ଠିରୁ ୨ଟି ଅଭିଯୋଗ ରହିଥିବା ବେଳେ, ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥକ ସହାୟତା ପ୍ରଦାନ ନିମନ୍ତେ ୩ଟି ଅଭିଯୋଗ ରହିଥିବା ବେଳେ, ଜିଲ୍ଲାପାଳ ଏବଂ ଏସପି ଘଟଣା ସ୍ଥଳରେ ୧୩ଟି ଅଭିଯୋଗର ଜନ ଶୁଣାଣୀ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୦ ତାରିଖ ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟ ଠାରେ ଏବଂ ୨୭ ତାରିଖ ସୋମବାର ଦିନ ବରୀ ବ୍ଲକ କାର୍ଯ୍ୟାଳୟ ପରିଶରରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହେବାକୁ ଯାଉଚି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସକାଳ ୧୦ଘଟିକା ଠାରୁ ୨ଘଟିକା ପର୍ଯ୍ୟନ୍ତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଚି ।

Related Posts

About The Author

Add Comment