ଚଣ୍ଡୀଖୋଲଛକର ଟ୍ରାଫିକ ପୋଷ୍ଟ ଉପରେ ଦୁର୍ଘଟଣା ଅମୁଲ୍ୟ ଜୀବନଟିଏ ଚାଲିଗଲା

Spread the love

ସ୍ଵର୍ଗଦ୍ଵାର ଚଣ୍ଡିଖୋଲ , ଯାଜପୁର, ତା ୧୦:୦୩:୨୦୨୩ କାହାକୁ କହିବା କିଏବା ଶୁଣିବ.ଅତି ଆଶ୍ଚର୍ଯ୍ୟ ଓ ଚକିତ କଲାଭଳି ଏକ ଦୁର୍ଘଟଣା ଘଟିଛି ତାହା ପୁଣି ଚଣ୍ଡୀଖୋଲଛକର ଟ୍ରାଫିକ ପୋଷ୍ଟ ଉପରେ, ଯେଉଁଥିରେ ଶୋଚନୀୟ ଭଵେ ଜଣେ ନିରୀହ, ଅମୁଲ୍ୟ ଜୀବନଟିଏ ଚାଲିଗଲା,ରାଜ୍ୟର ଚାରିଛକ ବିଷିଷ୍ଟ ଗମନା,ଗମନର ଏକ ପ୍ରମୁଖ ସ୍ଥାନ ଚଣ୍ଡିଖୋଲଛକ, ଯେଉଁ ଠାରେ ପ୍ରତିଦିନ ହଜାର ହଜାର ଭାରୀଯାନ ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାରର ଯାନ ଯାତାୟତ କରନ୍ତି , ଏବଂ ପ୍ରତିଦିନ ଏହିଭଳି ଦୁର୍ଘଟଣା ମାନ ଘଟି ଅନେକ ଜୀବନ ହାନି ଘଟିଥାଏ,ଏଭଳି ଏକ ଗୁରୁତ୍ୱପୂର୍ଣ ସ୍ଥାନକୁ ସରକାର ଓ ସ୍ଥାନୀୟ ପ୍ରଶାସନର ଅଣଦେଖା କରିବା କେତେଦୂର ସମୀଚିନ.ଏଠାରେ ଗୋଟେ ଛୋଟ ଟ୍ରାଫିକପୋଷ୍ଟ ଟିଏ କରିଦେଇ ପ୍ରଶାସନ ସୁଖ ନିଦ୍ରାରେ ଶୋଇପଡ଼ିଛି ,ପ୍ରତିଦିନ ଅନେକ ଅଘଟଣ ମାନ ଘଟୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ପାଇଁ କୌଣସି ଆଗ୍ରହ ପରିଲକ୍ଷିତ ହେଉନାହିଁ ,ଅଞ୍ଚଳ ବାସୀଙ୍କୁ ଭୁଆଁ ବୁଲେଇ ଏଠାରେ ରାସ୍ତା ପାରିହେବା ପାଇଁ ଦୁଇଟି ଗଳିପୋଲ ରାସ୍ତା କରାଯାଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରି କରାନଯାଇ ତାହାକୁ ପରିତ୍ୟକ୍ତ ଅବସ୍ଥାରେ ପକେଇରଖାଯାଇଛି ଯେଉଁଥି ପାଇଁ ସେଠାରେ ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଇଛି,ଶୌଚାଳୟ କଥା କହିଲେନସରେ ଦୁର୍ଗନ୍ଧରେ ନାକ ଫାଟିଯିବ ଯାହା ଯାତ୍ରୀମାନେ କୁହାକହି ହୁଅନ୍ତି,ବହୁ ଆଡମ୍ବରରେ ପାନୀୟ ଜଳର ବନ୍ଦୋବସ୍ତ ହୋଇଥିଲେ ମଧ୍ୟ ତାହା କୌଣସି କାମକୁ ନୁହେଁ,ଯାତ୍ରୀ ବିଶ୍ରାମଗାରଟିଏ ନାହିଁ ବହୁ ଦୂରାଦୂରାନ୍ତରୁ ଆସୁଥିବା ଲୋକମାନେ ଖରା ଓ ବର୍ଷାରେ ହନ୍ତସନ୍ତ ହେଉଛନ୍ତି, ଟ୍ରାଫିକ ପୋଷ୍ଟରେ ଲାଗିଥିବା ଲାଇଟ ଓ ଷ୍ଟ୍ରିଟ ଲାଇଟ ଗୁଡିକ କେବେ ଜଳିବାର ଦେଖା ଯାଉନି , ସନ୍ଧ୍ୟା ପରଠାରୁ ଆଇରନ ଗାଡି,ବସ ,ଟ୍ରକ,କାର ଓ ଦୁଇଚକିଆ ଜାନରେ ଟ୍ରାଫିକ ଯାମ ହେଇ ନେଉଳପୁର ପର୍ଯ୍ୟନ୍ତ ଲାଗିଜିବା ଏହା ଏକ ନିତିଦିନିଆ ଘଟଣା, ଏତେ ସବୁ ଅବ୍ୟବସ୍ଥା ସହ ବହୁ ଦୁର୍ଘଟଣା ମାନ ଘଟିଚାଲିଥିଲେ ମଧ୍ୟ ଏସବୁର ସ୍ଥାୟୀ ପ୍ରତିକାର କେବେ ହବ. ଅଞ୍ଚଳ,ରାଜ୍ୟ ଓ ରାଜ୍ୟବାହାରର ଜନସାଧାରଣ ଏହାର ସୁଫଳ କେବେ ପାଇବେ ନେସନାଲ ହାଇୱେ ଅଥରିଟି ଓ ସ୍ଥାନୀୟ ପ୍ରଶାସନ ଏହାର ଉତ୍ତର ରଖିବେକି ,ଯଦି ଏହାର ସମାଧାନ ପ୍ରଶାସନ ତରଫରୁ ନହୁଏ ଆଗାମି ଦିନ ରେ ଏହି ଚଣ୍ଡିଖୋଲ ପାଇଁ ଜନ ଆନ୍ଦୋଳନ ତେଜିବ ବୋଲି ବୁଦ୍ଧି ଯିବି ମାନେ ମତ ପୋଷଣ କରିଛନ୍ତି

Related Posts

About The Author

Add Comment