ଯାଜପୁର, ତା ୭ା୧ : ରାଜ୍ୟରେ ପୁରୁଷ ହକି ବିଶ୍ୱ କପ୍-୨୦୨୩ କୁ ଉତ୍ସବ ମୁଖର ତଥା ଜାନୁୟାରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ୱକପ୍କୁ ସ୍ମରଣୀୟ କରିବା ପାଇଁ ରାଜ୍ୟର ପ୍ରତି ଜିଲ୍ଳାରେ ହକି ବିଶ୍ୱ କପ୍ ଟ୍ରପିଂ ପରିକ୍ରମା କରୁଅଚ୍ଥି । ଏହି ମର୍ମରେ ଆସନ୍ତା ଜାନୁୟାରୀ ୯ ତାରିଖରେ ହକି ବିଶ୍ୱ କପ୍ ଟ୍ରପିଂ ପହଞ୍ଚିବ ଯାଜପୁର ଜିଲ୍ଲାରେ । ଏହାର ଭବ୍ୟ ସମ୍ୱର୍ଦ୍ଧନା ପାଇଁ ଜିଲ୍ଲା ପ୍ରଶାସନ ତରପଂରୁ ଶନିବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଏକ ସମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଚ୍ଥି । ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ, ଆସନ୍ତା ୯ ତାରିଖ ଅପରାହ୍ନରେ ଭଦ୍ରକ ଜିଲ୍ଲା ପ୍ରଶାସନ ଠାରୁ ଚ୍ଥତାବର ଠାରେ ହକି ବିଶ୍ୱ କପ୍ ଟ୍ରପିଂ ଗ୍ରହଣ କରାଯାଇ ସେଠାରୁ ବାଳାଶ୍ରମ ପଡିଆରେ ଘ. ୧୨.୩୦ ମିନିଟ୍ରେ ପହଞ୍ଚିବ । ସେଠାରୁ ସ୍ୱାଗତ ପୂର୍ବକ ଏକଭବ୍ୟ ଶୋଭାଯାତ୍ରାରେ ଦେବୀଗଡା ଘାଟ, ବଡ ବଜାର ଓ ଗାନ୍ଧି ଚ୍ଥକ ଦେଇ କୁସୁମା ସ୍ଥିତ କ୍ରିକେଟ ଷ୍ଟାଡିୟମକୁ ନିଆଯିବ । ସେଠାରେ କ୍ରୀଡାପ୍ରେମୀ ଓ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପ୍ରାୟତଃ ୨ ଘଣ୍ଟା ରହିବ । ଏହି ସମୟ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । କୁସୁମା ଠାରେ ସ୍ୱାଗତ ଊତ୍ସବ ପରେ ପରେ ହକି ବିଶ୍ୱ କପ୍ ଟ୍ରପିଂ ଧର୍ମଶାଳା ବ୍ଳ୍କର ଜାରକା ମହୋତ୍ସବ ପଡିଆରେ ଅପରାହ୍ନ ଘ. ୩.୩୦ ମିନିଟରେ ପହଞ୍ଚିବ ଏବଂ ସେଠାରୁ କେନ୍ଦ୍ରାପଡା ଅଭିମୁଖେ ଯାତ୍ରା କରିବ । ଜାନୁୟାରୀ ୧୧ ତାରିଖ ପୂର୍ବାହ୍ନ ୩ ଘଟିକାରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱ କପ୍ ଟ୍ରପିଂର ରାଜ୍ୟ ସ୍ତରୀୟ ସମ୍ୱର୍ଦ୍ଧନା ସମାରୋହ ଓ ଜାନୁୟାରୀ ୧୩ ତାରିଖରେ ହେବାକୁ ଥିବା ହକି ବିଶ୍ୱ କପ୍ ଉଦ୍ଘାଟନୀ ମ୍ୟାଚର ସିଧା ପ୍ରସାରଣ ସ୍ଥାନୀୟ ଜିଲ୍ଲା ହକି ଷ୍ଟାଡିୟମରେ ୩ ହଜାର ଲୋକ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଚ୍ଥି ।ଏହି ଉତ୍ସବରେ ଯାଜପୁରର ସମସ୍ତ ଜନସାଧାରଣଙ୍କୁ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରାଯାଇଚ୍ଥି । ଜାନୁୟାରୀ ୨୦ ଓ ୨୧ ତାରିଖରେ ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ବ୍ୟାସନଗର ଠାରେ ଅନୁଷ୍ଠିତ ହେବ । ଏହି ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ୟୁନିସେପଂ , ୟୁ.ଏନ୍.ଡି.ପି., ଆଇ.ସି.ଇଏପଂ , ଇଏସ୍କୋ, ହାବିଟାଟ୍ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ହେବ । ଏହି ହସ୍ତଶିଳ୍ପ ସମ୍ମିଳନୀରେ ୧୫ ରୁ ୨୦ ଆନ୍ତର୍ଜାତୀୟ କାରୀଗର ଯୋଗ ଦେଉଚ୍ଥନ୍ତି । ଜାନୁୟାରୀ ୨୦,୨୧ ଓ ୨୨ ତାରିଖରେ ଯାଜପୁର ହକି ପେଂଷ୍ଟ ଉତ୍ସବ ଓ ପଲ୍ଳିଶ୍ରୀ ମେଳା ବ୍ୟାସନଗର ଚାନ୍ଦମା ପଡିଆରେ କରାଯିବ ବୋଲି କହିଥିଲେ । ପରିଶେଷରେ ହକି ବିଶ୍ୱ କପ୍ ପାଇଁ ସାରା ଜିଲ୍ଲାର ୩୧୧ ପଞ୍ଚାୟତରେ ବିଭିନ୍ନ ପ୍ରତିଯୋଗିତା ଜାରି ରହିଅଚ୍ଥି । ତନ୍ମଧ୍ୟରୁ ଜିଲ୍ଲା ସ୍ତରୀୟ ଭଲିବଲ ଓ କବାଡି ପ୍ରତିଯୋଗିତା ଜାନୁୟାରୀ ୨୨ ତାରିଖରେ ବ୍ୟାସନଗର ଠାରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ସୂଚନା ଦେଇଥିଲେ ।ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍କ, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଦୁଃଖବନ୍ଧୁ ନାୟକ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଯାଜପୁର ପୈାରାଧିକାରୀ ସୂର୍ଯ୍ୟମଣି ପାଟଯୋଶୀ, ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମା ପୃଷ୍ଟି , ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳ୍କ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।
ହକି ବିଶ୍ୱ କପ୍ ସ୍ୱାଗତ ପାଇଁ ସାମ୍ୱାଦିକ ସମ୍ମିଳନୀ
|
January 7, 2023 |