ଯୋଡ଼ା୫/୧ -ଯୋଡ଼ା ଖଣି ମଣ୍ଡଳ ର ବାମେବାରୀ ଥାନା ଅନ୍ତର୍ଗତ ପଳଶା ପଞ୍ଚାୟତ ରେ ଥିବା ଓଡ଼ିଶା ଖଣି ନି ଗମ ଦ୍ବାରା ପରିଚାଳିତ ଉଚବାଲି ଓ.ଏମ୍.ସି. ଖଣି ଅଞ୍ଚଳରେ ଥିବା ଚଡକମରା, ବି-ପ୍ଲଟ୍, ଗୁରୁଡ଼ା ଏବଂ ବଳଦା ପ୍ରଭୃତି ଗ୍ରାମ ର ଲୋକ ମାନଙ୍କ ପାଇଁ ରୋଜଗାର ମାଧ୍ୟମ ସାଜିବା ପରିବର୍ତ୍ତେ ପାଲଟିଛି ଅଭିସାପ । ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କୁ ରୋଜଗାର ପରିବର୍ତ୍ତେ ମିଳୁଛି ଧୂଳିଧୁଆଁ ଓ ପଥର ମାଡ଼ । ଦିନଦ୍ବିପହରରେ କମ୍ପାନୀ ପକ୍ଷରୁ ବ୍ଳାଷ୍ଟିଙ୍ଗ୍ କରିବା ଯୋଗୁଁ ଏ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଜୀବନ କଷ୍ଟସାଧ୍ୟ ହୋଇ ପଡିଛି ।ଏହି ଘଟଣା ବାବଦରେ ଏ ଅଞ୍ଚଳର ବାସିନ୍ଦା ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ଙ୍କ ଦ୍ଵାରା କୌଣସି ପଦକ୍ଷେପ ନିଆଯାଇନଥିବା ବେଳେ, ଗତକାଲି ଖଣିରେ ବ୍ଲାଷ୍ଟିଂ କରୁଥିବା ବେଳେ ଲୁହାପଥର ଛିଟିକି ଚଡ଼କମରା ଗ୍ରାମ ର କିଛି ଲୋକ ଙ୍କ ଘର ଉପରେ ପଡ଼ିବା ସହ ଗୃହପାଳିତ ପଶୁ ଆହତ ହେବା ଫଳରେ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ଖଣି କାର୍ଯ୍ୟାଳୟ ରେ ପଶି ଭଙ୍ଗାରୁଜା କରିଥିବା ଦର୍ଶାଇ ଓ.ଏମ୍.ସି.ଖଣିକର୍ତ୍ତୃପକ୍ଷ ବାମେବାରୀ ଥାନାରେ ଅଭିଯୋଗ କରି ଥିଲେ |ଏହା ପରେ ବାମେବାରୀ ପୋଲିସ୍ ଚଡ଼କମରା ଅଞ୍ଚଳ ର ପାଣ୍ଡୁ ଚାମ୍ପିଆ, ଏମ୍.ଡି. ଜାଇନୁନ୍, ସମା ମୁଣ୍ଡା, ଏବଂ ଶୁକ୍ରାମୁଣ୍ଡା ଙ୍କୁ ଥାନାରେ ଅଟକରଖି ପଚରାଉଚୁରା କରୁଥିବା ବେଳେ ଏ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଥାନା ରେ ଅଟକ ଥିବା ୪ ଜଣ ଲୋକ ଙ୍କୁ ଶିଘ୍ର ଛାଡିବା ଦାବିରେ ବାମେବାରୀ ଥାନା ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି | ତେଵେ ବାମେବାରୀ ଠାରୁ ବି-ପ୍ଲଟ୍ ପର୍ଯ୍ୟନ୍ତ ରାସ୍ତା ର ଦୁଇପାର୍ଶ୍ଵରେ ଗାଡ଼ି ମାନଙ୍କୁ ଲମ୍ବା ଲାଇନ୍ କରି ଛିଡା କରି ବେଆଇନ ପାର୍କିଂ କରୁଥିବା ହେତୁ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେବାର ଆଶଙ୍କା ରହୁଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି |
ଯୋଡ଼ା ବ୍ଲକ ଉଚ୍ଚବାଲି ଗ୍ରାମ ର (ଓ ଏମ୍ ସି) ଖଣିରେ ଉଚ୍ଚ କ୍ଷମତା ସମ୍ପନ ବ୍ଲାଷ୍ଟିଙ୍ଗ,ଯୋଗୁଁ ଖଣି ଚତୁର୍ପାଶ୍ୱ ଗ୍ରାମ ର ଲୋକ ଙ୍କ ଜୀବନ ପ୍ରଭାବିତ
|
January 5, 2023 |



