ନବକିଶୋର ପଣ୍ଡା ପାଇଲେ “ପ୍ରକୃତି ପୁରୋହିତ” ସମ୍ମାନ 

Spread the love
କଟକ,୨୨/୧୦/୨୦୨୨ (ସନ୍ଧାନ ନିଉଜ)  : କଟକ ସଦର୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମ ମୌଜାର ବଟର ଫ୍ଲାଏ କଲ୍ୟାଣ ମଣ୍ଡପ ସଭାଗୃହରେ ଭାରତୀୟ କିସାନ୍ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସର୍ବଭାରତୀୟ ସଭାପତି ଶ୍ରୀ ବଦ୍ରିନାରାୟଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଅକ୍ଟୋବର ୧୫ ଓ ୧୬ ଦୁଇଦିନ ଧରି ଅନୁଷ୍ଠିତ ଏହି ବୈଠକରେ ଚାଷୀମାନଙ୍କ ସମସ୍ୟା ଓ ତାହାର ନିରାକରଣ ପାଇଁ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା ଙ୍କୁ “ପ୍ରକୃତି ପୁରୋହିତ” ସମ୍ମାନରେ ସମ୍ମାନୀତ କରାଯାଇଛି। ଏହି ଅବସରରେ ସଂଘର ସର୍ବ ଭାରତୀୟ ସଭାପତି ବଦ୍ରିନାରାୟଣ ଚୌଧୁରୀ,କ୍ଷେତ୍ର ସଂଗଠନ ମନ୍ତ୍ରୀ ଶ୍ରୀନିବାସ ଜୀ ଓ ରାଜ୍ୟ ତଥା ରାଜ୍ୟ ବାହାର ଚାଷୀ ନେତୃମଣ୍ଡଳୀ ପ୍ରକୃତି ବନ୍ଧୁଙ୍କ ଦୀର୍ଘ ୩୦ ବର୍ଷ ଧରି ଜଙ୍ଗଲ ସୃଷ୍ଟି ଅଭିଯାନ, “ସବୁଜ ବିପ୍ଲବ ମିଶନ ” କୁ ଭୂୟସୀ ପ୍ରଶଂସା କରିଥିଲେ।

Related Posts

About The Author

Add Comment