ନାବାଳିକା ଦୁଷ୍କର୍ମ ମାମଲା:  ଅଭିଯୁକ୍ତ କୁ ୧୦ ବର୍ଷ ଜେଲ ଓ ଜୋରିମାନା

Spread the love
କନ୍ଧମାଳ,୧୯/୦୭/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ତ୍ବରିତ ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଘଟଣାର ୮ ଜଣ ସାକ୍ଷୀ ,ଡାକ୍ତରୀ ରିପୋର୍ଟ,ପିଡିତାଙ୍କ ବୟାନ ଓ ପ୍ରମାଣ ଆଧାର ରେ ମାମଲାର ଅଭିଯୁକ୍ତ ଖଜୁରୀପଡା ଥାନା ଅନ୍ତର୍ଗତ ବନ୍ଧସାହି ର ସିପୁ ବେହେରା (୩୧)କୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୨0ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ  ହେଲେ  ଆଉ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ବିଚାରପତି ଆଦେଶ ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ୨୦୧୫ ମସିହା ମେ ୧୯ ତାରିଖ ରେ ପିଡିତlଙ୍କୁ ଅପହରଣ କରି ଫୁଲବାଣୀ ଆଣି ଗୋଟିଏ ଘରେ ରଖିଥିଲା। ସେଠାରେ ଅଭିଯୁକ୍ତ ସିପୁ ପିଡିତାଙ୍କ ଇଛା ବିରୁଦ୍ଧରେ ତା ସହିତ ଦୁଷ୍କର୍ମ  କରୁଥିଲା। ପିଡିତା ଏହି ସଂକ୍ରାନ୍ତରେ ଖଜୁରୀପଡା ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା କେଶ ନଂ.୪୩/୧୫ ରେ ଏକ ମକଦ୍ଦମା  ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମଙ୍ଗଳବାର ବିଚାରପତି ସେହି ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି  l

Related Posts

About The Author

Add Comment