ସୁନ୍ଦରଗଡ ତା:୫/୬/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ଆଜି ସକାଳ ପ୍ରାୟ ୪ଟା ୩୦ ମିନିଟ ସମୟରେ ପୂର୍ବତନ ଜିଲ୍ଲା ଓକିଲ ସଂଘର ସଭାପତି ତଥା ଜିଲ୍ଲା ପୂର୍ବତନ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦୁଷ୍ମନ୍ତ ନାଏକଙ୍କ ତାଙ୍କ ଜିଲ୍ଲା ବାସଭଵନରେ ଅକାଳ ବିୟୋଗ ହୋଇଯାଇଛି । ସୂଚନା ଅନୁସାରେ ସେ ଅନେକ ଦିନରୁ ଚିକିତ୍ସିତ ହେଇଆସୁଥିଲେ । ତାଙ୍କ ଅକାଳ ବିୟୋଗରେ ସୁନ୍ଦରଗଡ ଜିଲ୍ଲାର ଜନସାଧାରଣ ଜଣେ ବରିଷ୍ଠ ନେତା ସହିତ ଜଣେ ମହାନ ସମାଜସେବୀଙ୍କୁ ହରାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ଶେଷକୃତ ତାଙ୍କ ନିଜ ଗାଁ ସବଡେଗାରେ ସମ୍ପନ୍ନ କରାଯାଇଥିଲା ।
ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦୁଷ୍ମନ୍ତ ନାଏକଙ୍କ ପରଲୋକ
|
June 5, 2022 |



