ପି.ଏନ୍‌.ଡି.ଟି. ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

Spread the love

ଯାଜପୁର, ତା ୨ା୬ : ଗୁରୁବାର ପୂର୍ବାହ୍ନରେ ଜିଲ୍ଳ୍‌ା ପି.ଏନ୍‌.ଡି.ଟି. (ବେଆଇନ ଲିଙ୍ଗ ନିରୂପଣ ଆଇନ) ପରାମର୍ଶଦାତା କମିଟିର ବୈଠକ ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଳ୍‌ା ପାଳ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ଆବାହକତ୍ୱରେ ଗଠିତ ଏହି ବୈଠକରେ ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ ଅଧ୍ୟକ୍ଷତା କରି କହିଲେ ଯେ, ଲିଙ୍ଗ ନିରୂପଣ ଏକ ଧର୍ତ୍ତବ୍ୟ ଅପରାଧ । କେହି ଏପରି କଲେ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ । ଏଥିପାଇଁ ଜିଲ୍ଳ୍‌ାରେ ଟାସ୍କପୋଂର୍ସ ଗଠନ କରାଯାଇଚ୍ଥି, ଯିଏକି, ନିୟମିତ ବ୍ୟବଧାନରେ ନିରୂପଣ କେନ୍ଦ୍ର ଯାଂଚ କରି ବେଆଇନ କାର୍ଯ୍ୟ କରୁଥିବା ସଂସ୍ଥା ଉପରେ ତୀକ୍ଷ୍‌ଣ ନଜର ରଖାଯିବା ସହ କାର୍ଯ୍ୟାନୁଷ୍ଠାନ କରାଯିବ । ଜିଲ୍ଳ୍‌ାରେ ନୂଆ ଅଲଟ୍ରାସାଉଣ୍ଡ ମେସିନ ସ୍ଥାପନ ଓ ନବୀକରଣ ସମ୍ୱନ୍ଧରେ ଅତିରିକ୍ତ ଜିଲ୍ଳ୍‌ା ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଳ୍‌ାର ସମସ୍ତ ଅଲଟ୍ରାସାଉଣ୍ଡ କ୍ଳିନିକରେ ଏକକ ମୂଲ୍ୟ ସୂଚୀ ଲଗାଇବାକୁ କମିଟିର ସଭ୍ୟ ଆଲୋକ ପାଣି ପ୍ରସ୍ତାବ ରଖିଥିଲେ । ପ୍ରତ୍ୟେକ ମାସ ୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନାରେ ଗର୍ଭବତୀ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଚ୍ଥି । ଏହାର ସୁଯୋଗ ନେବାକୁ ଅତିରିକ୍ତ ଜିଲ୍ଳ୍‌ା ଚିକିତ୍ସାଧିକରୀ ଶ୍ରୀ ମହାରଣା ଜନସାଧାରଣଙ୍କୁ ନିବେଦନ କରିଚ୍ଥନ୍ତି । ଜିଲ୍ଳ୍‌ାର ଆଦିବାସୀ ଅଧୂଷିତ ବ୍ଳ୍‌କ ମାନଙ୍କରେ ବେଆଇନ ଲିଙ୍ଗ ନିରୂପଣର ଖବର ଆସୁଚ୍ଥି ବୋଲି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏଥିପାଇଁ ଜିଲ୍ଳ୍‌ା ଟାସ୍କପୋଂର୍ସ ସଜାଗ ରହିଚ୍ଥି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ବାରିକ କହିଥିଲେ । ପ୍ରକାଶ ଥାଉକି, ୨୦୨୧ ଜନ ଗଣନା ଅନୁଯାୟୀ ଯାଜପୁର ଜିଲ୍ଳ୍‌ାରେ ଲିଙ୍ଗ ଅନୁପାତ ୮୯୮ ଥିବାବେଳେ ସର୍ବ ଭାରତୀୟ ସ୍ତରରେ ଏହା ୯୨୮ ରହିଚ୍ଥି । ଆଗାମୀ ଦିନରେ ଏହି ଅନୁପାତ ହାରରେ ସମାନତା ଆଣିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଦସ୍ୟ ଡା. ରାଜ କିଶୋର ପଣ୍ଡା, ଡା. ନଗେନ୍ଦ୍ର ନାଥ ମହାପାତ୍ର, ଶ୍ରୀମତୀ ପ୍ରେମଲତା ପଣ୍ଡା, ଭାରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ପ୍ରୋଗ୍ରାମ ଅପିଂସର ଦେବାଶିଷ ପ୍ରଧାନ, ସଭ୍ୟ ଆଲୋକ ପାଣି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment