ଚଣ୍ଡିଖୋଲ, ୧୯/୦୫ (ସନ୍ଧାନ ନିୟୁଜ/ମାନସ କୁମାର ରାଉତ)-ଚଣ୍ଡିଖୋଲ ଚଣ୍ଡୀମନ୍ଦିର ନିକଟସ୍ଥ ୫୦ବର୍ଷରୁ ଉର୍ଦ୍ଧ ଚଣ୍ଡିଖୋଲ ଆଶ୍ରମ ବିଦ୍ୟାଳୟ ଏବେ ଅବ୍ୟବସ୍ଥାରେ ଚାଲୁଅଛି ଯାହାକୁନେଇ ଛାତ୍ରଛାତ୍ରୀ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି.୧୯୫୯ ମସିହାରେ ଠକର ବାବାଙ୍କ ଦ୍ୱାରା ଏହି ଆଶ୍ରମ ବିଦ୍ୟାଳୟଟି ପ୍ରତିଷ୍ଠିତ କରାଯାଇଥିଲା.ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଏହି ବିଦ୍ୟାଳୟରେ ସମୁଦାୟ ୫୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ବିଦ୍ୟାଳୟର ଅବ୍ୟବସ୍ଥା ଓ ପାଠପଢା ସମସ୍ୟାକୁ ଦେଖି ମାତ୍ର ୨୫ ଜଣ ପିଲା ଏବେ ବିଦ୍ୟାଳୟକୁ ଆସୁଛନ୍ତି.ଶ୍ରେଣୀଗୃହ ଅଭାବରୁ ଗୋଟିଏ କୋଠରୀରେ ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠପଢୁଛନ୍ତି,ଫଳରେ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି.ଅନ୍ୟ ଶ୍ରେଣୀ ଗୃହରେ ବିଦ୍ୟୁତ ଓ ପଙ୍ଖାର ସୁବିଧା ନଥିବାରୁ ସେଥିରେ ପାଠ ପଢା ହେଉନାହିଁ ବୋଲି ଶିକ୍ଷକମାନେ ସୂଚନା ଦେଇଛନ୍ତି.ପାଠ ପଢାପାଇଁ ଡେସ୍କବେଞ୍ଚର ସୁବିଧା ନଥିବାରୁ ବାଧ୍ୟ ହେଇ ପିଲାମାନେ ତଳେ ବସିପାଠ ପଢୁଛନ୍ତି. ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପରିସରରେ ଏକ କୂପ ଥିଲା ବେଳେ କୂପର ପାଣି ଲୁହାଳିଆ ଥିବାରୁ ଏହା ପିଇବା ଯୋଗ୍ୟ ହେଇନଥିବାରୁ ଛାତ୍ରଛାତ୍ରୀମାନେ ବାହାରୁ ପିଇବା ପାଣି ଆଣୁଛନ୍ତି.ସେହିପରି କୂପଟି ଖୋଳାମେଲାରେ ଥିବାରୁ ପିଲାମାନଙ୍କ ପାଇଁ ବିପଦ ରହିଅଛି.ପ୍ରଧାନଶିକ୍ଷୟତ୍ରୀଙ୍କ ସମେତ ୨ଜଣ ଶିକ୍ଷୟତ୍ରୀ ଏହି ବିଦ୍ୟାଳୟରେ ଥିବା ବେଳେ ଅଧିକାଂଶ ସମୟରେ ଏମାନେ ଅନୁପସ୍ଥିତ ରହୁଥିବାର କିଛି ଅଭିଭାବକମାନେ ଅଭିଯୋଗ କରିଛନ୍ତି ଆଉ ମଧ୍ୟ ନିର୍ଦ୍ଧିଷ୍ଟ ସମୟରେ ନଆସି ମନଇଛା ବିଦ୍ୟାଳୟକୁ ଆସୁଥିବାର ଦେଖିବାକୁ ମିଳୁଛି.ଶିକ୍ଷୟତ୍ରୀଙ୍କ ଅନୁପସ୍ଥିତିରେ ପିଲାମାନେ ବାହାରେ ବୁଲୁଥିବାର ନଜିର ରହିଅଛି.ଦୀର୍ଘ ଆଠ ବର୍ଷ ହେବ ବିଦ୍ୟାଳୟର ପରିଚାଳନା କମିଟି ଗଠନ ହେଇନଥିବା ବେଳେ ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଦ୍ୟାଳୟର ରୋଷେଇକାର୍ଯ୍ୟ,ପିଲାଙ୍କ ପୋଷାକ,ଜୋତା ଓ ବହି ବଣ୍ଟନରେ ରହି ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାନେଇ ମଧ୍ୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି.ପିଲାମାନଙ୍କ ପାଇଁ ଖେଳ ସାମଗ୍ରୀ ନଥିବା ବେଳେ ବହୁଦିନରୁ ନିର୍ମାଣ କରାଯାଇଥିବା ଦୋଳିଟି ନଷ୍ଟହେଇପଡିରହିଛି.ଏହିପରି ବହୁ ସମସ୍ୟାରେ ଏହି ବିଦ୍ୟାଳୟଟି ଥିବା ବେଳେ ଏ ବିଷୟରେ ଅଭିଭାବକମାନେ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହେଇପାରିନାହିଁ.ଏ ବିଷୟରେ ବ୍ଲକ ଶିକ୍ଷାଧିକାରଙ୍କୁ ପଚାରିବାରୁ ଏବିଷୟରେ ମୁ ଦେଖିବି ବୋଲି କହିଥିଲେ.
ଅବ୍ୟବସ୍ଥାରେ ଚଣ୍ଡିଖୋଲ ଆଶ୍ରମ ବିଦ୍ୟାଳୟ, ପରିଚାଳନା ତୃଟି ଯୋଗୁ ବନ୍ଦ ହେବାକୁ ବସିଛି ଦୀର୍ଘବର୍ଷର ଅନୁଷ୍ଠାନ
|
May 22, 2022 |