ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ବିଚାର ଚୀର ଅମର ।

Spread the love

ଯାଜପୁର, ୨୪/୦୩/୨୦୨୨ (ସନ୍ଧାନ ନିଉଜ) : ମାନବ ସମାଜ ଥିବାଯାଏଁ ଗାନ୍ଧିଜୀଙ୍କ ଆଦର୍ଶ ଓ ଦର୍ଶନ ବଞ୍ଚି ରହିଥିବ ବୋଲି ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍୍ଳିକ ମତ ବ୍ୟକ୍ତ କରିଚ୍ଥନ୍ତି । ବୁଧବାର ଅପରାହ୍ନରେ ମହାତ୍ମା ଗାନ୍ଧୀଙ୍କର ଓଡିଶାକୁ ପ୍ରଥମ ଆଗମନ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଳ୍ାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ମଲ୍ଳ୍ିକ ଦେଶ ସ୍ୱାଧୀନତାରେ ବାପୁଜୀଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ତାଙ୍କ ଅହିଂସା ମନ୍ତ୍ର ସ୍ୱଚ୍ଚ୍ଥତା ଓ ଭାଇଚାରାର ବାର୍ତ୍ତା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଚ୍ଥି । ସେଥିପାଇଁ ଜାତିସଂଘ ମଧ୍ୟ ବାପୁଜୀଙ୍କ ଜନ୍ମ ଦିବସକୁ ଅହିଂସା ଦିବସ ଭାବେ ପାଳନ କରୁଚ୍ଥି । ୧୯୨୧ ମସିହା ଆଜିର ଦିବସରେ ବାପୁଜୀ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ । ତାଙ୍କ ନିଷ୍ଠା, ସମୟାନୁବର୍ତ୍ତିତା ଓ କର୍ମ ତତ୍ପରତା ମାନବ ସମାଜର ଧ୍ୟେୟ ହୋଇ ଚାଲିଥିବ ବୋଲି ସେ କହିଥିଲେ । ଉପଜିଲ୍ଳ୍ାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ଗାନ୍ଧିଜୀଙ୍କ ଜୀବନୀ ସମଗ୍ର ମାନବ ସମାଜ ପାଇଁ ଏକ ବଡ ଉପଲବ୍ଧି ଓ ପ୍ରେରଣା ତାଙ୍କ ଆଚରଣ ଓ ଊଚାରଣ ମଧ୍ୟରେ ସମାନତାହିଁ ଏକ ବଡ ବାର୍ତ୍ତା ବୋଲି କହିଥିଲେ । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ସହ ଗାନ୍ଧିଜୀଙ୍କର ସରଳ ଓ ସପଂଳ ଜୀବନ ବାର୍ତ୍ତା ଏବଂ ସମୟାନୁବର୍ତ୍ତିତା ସମସ୍ତଙ୍କୁ ଅନୁପ୍ରାଣୀତ କରି ଚାଲିଥିବ ବୋଲି କହିଥିଲେ । ଡେପୁଟୀ କଲେକ୍ଟର ଅସ୍ମିତା ଦାଶ, ସହାୟକ ଜିଲ୍ଳ୍ାପାଳ ତିଳୋତ୍ତମ ପୃଷ୍ଟି, ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ସଂସ୍ଥା ଅଧିକାରୀ ଅଲେଖ ମହାରଣା, ଗଣମାଧ୍ୟମ ପ୍ରତିନିଧି ସନ୍ଦିପ୍ତ ରାୟ, ଆଦିତ୍ୟ ମେକାପ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଜିଲ୍ଳ୍ାପାଳ ତରଣୀସେନ ପଟ୍ଟନାୟକ, ଊମେଶ ଚନ୍ଦ୍ର ଲେଙ୍କା, ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଅନ୍ୟାନ୍ୟ ବିଭାଗର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଦୁର୍ଯେ୍ୟାଧନ ମଲ୍ଳ୍ିକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment