ଗ୍ରାହକଙ୍କ ଟଙ୍କା ଲୁଟିନେଲେ ରାଞ୍ଚିରେ

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୧୧/୦୧/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ବାରମ୍ବାର ଜାତୀୟ ରାଜପଥରୁ ଲୁଟ୍ ହେଉଥିବା ବେଳେ, ବ୍ୟାଙ୍କ ମାନଙ୍କୁ ଗ୍ରାମକମାନେ ଟଙ୍କା ଉଠାଇ ଆଣୁଥିବା ବେଳେ, ଲୁଟେରା ମାନେ ଲୁଟିନେବା ଘଟଣା ଏ ଅଞ୍ଚଳରେ ଚହଳ ପକାଇଛି । ବାରମ୍ବାର ଲୁଟ ହେଉଥିବା ବେଳେ, ସାଇବର ଠକେଇ ପୋଲିସ୍ର ବୈମାତୃକ ମନୋଭାବ ପଦାରେ ପଡ଼ି ହାଟରେ ଗଡ଼ୁଚି ଯାହାକି ଜ୍ୱଳନ୍ତ ପ୍ରମାଣ ଅଧ୍ୟାପକ ଶଶିଭୁଷଣ ମହାନ୍ତିଙ୍କ ଲୁଟ ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଚି । ଜିଲ୍ଲା ପୋଲିସ୍ ପ୍ରଶାସନ ବିଭାଗ ତାହା ସ୍ପଷ୍ଟ ହୋଇଯାଇିଚି । ଦିର୍ଘ ୨୦ଦିନ ବିତିଯାଇଥିଲେ ମଧ୍ୟ ଟଙ୍କା କିମ୍ବା ଲୁଟେରାଙ୍କ ସନ୍ଧାନ ପୋଲିସ୍ ପାଇନଥିବା ବେଳେ, ପୁଣି ଏକ ଲୁଟ୍ ଘଟଣା ଚହଳ ପକାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗ୍ରାହକଙ୍କ ଏକାଣ୍ଟରୁ ଟଙ୍କା ଲୁଟ୍ ଚାଲିଥିବା ବେଳେ, ଏହି ଘଟଣାକୁ ନେଇ ଗ୍ରାହାକଙ୍କ ମଧ୍ୟରେ କୋକୋଆ ଭୟ ସୃଷ୍ଟି କରିଚି । ପୋଲିସ ଅପରାଧିଙ୍କ ଟେର ପାଉନଥିବା ବେଳେ, ଏଟିଏମକାର୍ଡ ଧାରୀଙ୍କ ମଧ୍ୟରେ କୋକୋଆ ଭୟ ସୃଷ୍ଟି କରିଚି । ଏସ୍.ବି.ଆଇ. ଗ୍ରାହକ ଏହି ସାଇବର ଲୁଟର ଶିକାର ହେଉଥିବା ବେଳେ, ସେମାନଙ୍କ ଏକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଉଥିବା ଘଟଣା ଯାହାର ଜ୍ୱଳନ୍ତ ପ୍ରମାଣ ଜାରକା ଅଞ୍ଚଳରେ ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ଗତ ଦୁଇ ମାସରେ ଜାରକାରେ ଦୁଇ ଦୁଇଟି ସମାନ ଘଟଣା ଘଟିଥିବା ଗ୍ରାହକଙ୍କ ମହଲରେ ପୋଲିସ୍ ମହଲରେ ଆତଙ୍କ ଖେଳିଯାଇଚି । ଦୁଇଥର ଟଙ୍କା ଲୁଟ୍ ହୋଇଥିବା ବେଳେ, ସ୍ଥାନୀୟ ଚହଟା ଗ୍ରାମର ରବିନ୍ଦ୍ର ବରାଳଙ୍କ ପୁଅ ଦେବାଶିଷ ବରାଳଙ୍କ ଆକାଉଣ୍ଟରୁ ଗୁରୁବାର ରାତି ୧୨ଟା ବେଳେ, ରାଞ୍ଚି ନିକଟସ୍ଥ ଏଟିଏମ୍ରୁ ୪ଥର ଦଶ ଦଶ ହଜାର ଉଠାଯାଇଥିବା ଜଣାଯାଇଚି । ଆକାଉଣ୍ଟକୁ ବ୍ଲକ୍ କରିବା ସମ୍ଭବ ହୋଇନଥିବା ବେଳେ, ୯ତାରିଖ ରାତି ୧୨ଟା ୪୭ମିନିଟ୍ରେ ରାଞ୍ଚିର ଓଲରୋଡ଼ ଏଟିଏମ୍ କାଉଣ୍ଟରରୁ ଦଇଥର ଏବଂ ହୋଟେଲ ଅମିତ ଷ୍ଟେସନ ରୋଡ଼ ଏଟିଏମ୍ କାଉଣ୍ଟରରୁ ଦୁଇ ଥର ଟଙ୍କା ଉଠିଥିବା ଜଣାଯାଇଚି । ଏନେଇ ଶ୍ରୀ ବରାଳ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଏବଂ ବ୍ୟାଙ୍କ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି । ଧିରେନ୍ଦ୍ର ସିଆଈଡି ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଚି ।

Related Posts

About The Author

Add Comment