ସବଡେଗାର ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟପାଇଁ ଅଞ୍ଚଳବାସୀ ଅଭିଯୋଗ

Spread the love

ସୁନ୍ଦରଗଡ ତା:୧୮ ୩/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ ବିଲକୁ କୁ ନେଇ ଅଞ୍ଚଳବାସୀ ଅନେକ ତଳିତଳାନ୍ତ ହେଉଥିବା ଜଣାପଡୁଛି । ବିଦ୍ୟୁତ ଉପଭୋକ୍ତାଙ୍କୁ ଉଚିତ ବିଲରୁ ଅତ୍ୟଧିକ ବିଲ ଦେଇ ଅଥବା ବାଇପାସ କରୁଥିବାର କହି ଲୋକ ହଇରାଣ ହଉଥିବାର ଦୃଶ୍ୟ ସବଡେଗା ତାଲଡିହିରେ ଦେଖିବାକୁ ମିଳିଛି । ତାଳଡ଼ିହି ଗ୍ରାମର ସୁରେଶ କୁମାର ରୋହିଦାସଙ୍କ ବିଦ୍ୟୁତ ବିଳରେ ଅନିୟମିତତା ଆଣିଛନ୍ତି । ଅଭିଯୁକ୍ତ କହିବା ଅନୁସାରେ ତାଙ୍କର ପାଞ୍ଚ ହଜାର ଟଙ୍କା ବିଲ ଆସିଥିବା ବେଳେ ତାକୁ ଏଗାର ହଜାର ଟଙ୍କା ହୋଇଥିବା ବିଦ୍ୟୁତ କର୍ମଚାରୀ କହିଥିଲେ । ସେ ସ୍ଥାନୀୟ କତ୍ତୃପକ୍ଷଙ୍କୁ ଦେଖାକରି କଥା ହେଲାପରେ ମଧ୍ୟ ତାଙ୍କ ଘର ବିଦ୍ୟୁତ ସଂଯୋଗ ଛିନ୍ନ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଜଣେ ଗରିବ ଲୋକ ପ୍ରତିଦିନ ଖଟି ନିଜ ପରିବାର ପେଟ ପୋଷୁଛି ସେ ଏ ପ୍ରକାର ଦୁର୍ନୀତିରୁ କିପରି ନିବୃତ ହେବ ତାହା ଏକ ଚିନ୍ତାର ବିଷୟ । ଏଥିରେ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।

Related Posts

About The Author

Add Comment