ବହଳଦା ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେପି ପ୍ରାର୍ଥୀନୀ ବିଜୟୀ

Spread the love

ରାଇରଙ୍ଗପୁର, (ସନ୍ଧ୍ୟା୍ନ ନିଉଜ) ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ରେ ଆଜି ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷ/ଅଧ୍ୟକ୍ଷା ନିର୍ବାଚନ ସମ୍ପନ୍ନ ହୋଇଥିଲା ହୋଇ ଯାଇଛି। ତେବେ ବହଳଦା ବ୍ଲକ ରେ ଅଧ୍ୟକ୍ଷ ପଦ ହାତେଇବାକୁ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦି ଦଳ ବିଜେଡି’ଏବ°ବିଜେପି’ମଧ୍ୟରେ ଛକାପଞ୍ଝା ମଧ୍ୟରେ ବିଜେପି ଦଳ ଅଧ୍ୟକ୍ଷା ପଦ ହାସଲ କରି ବାଜିମାତ କରିଛି। ସୂଚନା ଦେଇଛନ୍ତି ଅନୁସାରେ ବିଜେପି’ଏବ°ବିଜେଡି ଉଭୟ ଦଳ ପକ୍ଷରୁ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ପଞ୍ଚାୟତ ନିର୍ବାଚନ ପରେପରେ ଅଜ୍ଞାତ ବାସରେ ରଖିଥିଲେ। ଆଜି ଅଧ୍ୟକ୍ଷା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ବିଜେପି ର ପୂର୍ବତନ ୨୫ନ°ଜନ ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କମଳାକାନ୍ତ ନାଏକଙ୍କ ସ୍ତ୍ରୀ ବିଜେପିର ଦୀପାଞ୍ଜଳୀ ସିଂ ବହଳଦା ପଞ୍ଚାୟତ ସମିତି ର ୧୨ଗୋଟି ସମିତି ସଭ୍ୟ/ସଭ୍ୟା ଙ୍କ ମଧ୍ୟରୁ ସାତ ଜଣଙ୍କର ସମର୍ଥନ ପାଇ ବିଜୟ ହୋଇଥିବା ବେଳେ ବିଜେଡି ଦଳର ସମ୍ବାରି ମାହାଲି ୫ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେପିର ଏକ ବିଶାଳ ବିଜୟ ସଭାଯାତ୍ରା ଡ଼ାକବାଜି ଯନ୍ତ୍ର,ବାଜା ଏବ°। ବାଣ ସହ ବହଳଦା ପଞ୍ଚାୟତ ସମିତି ରୁ ବାହାରି ବହଳଦା ବଜାର ସହିତ ବିଭିନ୍ନ ଛକ ଓ ସାହି ବସ୍ତି ବିଭିନ୍ନ ସ୍ଲୋଗାନମାନ ଦେଇ ବହଳଦା ର ପ୍ରସିଦ୍ଧ ମାଁ କିଚକେଶ୍ଵରି ମନ୍ଦିର ରେ ପହଞ୍ଚିଥିଲେ।ଏବ°ମାଁଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏବ°ବହଳଦା ବ୍ଲକ କୁ ବିକାଶ ପଥରେ ଆଗେଇବା ପାଇଁ ମାଁ ‘ଙ୍କୁ ଆସିର୍ବାଦ ଭିକ୍ଷା କରିଥିଲେ।ଏହି ବିଜୟ ସଭାଯାତ୍ରାରେ ବିଜେପିର ଜିଲ୍ଲା ଉପସଭାପତି ଇଶାନ ମିଶ୍ର, ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଦୀପାଞ୍ଜଳୀ ସିଂ, ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ବସା (ମିଳନ),ସାଓନା କିସ୍ କୁ, ସମିତିସଭ୍ୟା ନିତୁ କୁମାରୀ ବାରିକ,ନିଦ୍ରବତୀ ମୁର୍ମୁ, ସସ୍ମିତା ରାଣୀ ସାହୁ, ପିଙ୍କି ଟୁଡୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କମଳାକାନ୍ତ ନାଏକ, ମାଧବ ମହାପାତ୍ର, ଶ୍ରୀ କାନ୍ତ ମହାନ୍ତ, ସୁନୀଲ ମହାନ୍ତ, ହରମୋହନ ବେହେରା,ଟୁଲୁ ସାହୁ,ବୁଲୁ ପଣ୍ଡା, ସମେତ ବହୁ ପୁରୁଷ ମହିଳା କାର୍ଯ୍ୟକର୍ତା ସାମିଲ ଥିଲେ।
ରିପୋର୍ଟ-ରାଇରଙ୍ଗପୁରରୁ ପରେଶ୍ଚନ୍ଦ୍ର ଷଡ଼ଙ୍ଗୀ ସନ୍ଧାନ ନ୍ୟୁଜ୍

Related Posts

About The Author

Add Comment