ନୂଆଦିଲ୍ଲୀ, ୧୦/୦୩ (ସନ୍ଧାନ ନିଉଜ) ୨୧ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ଲେଖିଲେ ଉତ୍ତର ପ୍ରଦେଶ ଜନତା । ବିଧାନସଭା ନିର୍ବାଚନରେ ସରକାରୀ ଦଳର ପରାଜୟ ରେକର୍ଡ ଭାଙ୍ଗି ପୁଣି ସରକାର ଗଠନ କରିବ ବିଜେପି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଢୁଥିବା ଗୋରାଖପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗଣନା ଶେଷ ହୋଇଛି । ଏଠାରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ । ସମୁଦାୟ ୧,୦୨,୦୦୦ ଭୋଟ ପାଇ ଯୋଗୀ ବିଜୟ ହାସଲ କରିଛନ୍ତି ।
ବର୍ତ୍ତମାନର ଫଳାଫଳ ଅନୁସାରେ, ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ବିଜେପି ୨୨୫ ଆସନରେ ଆଗୁଆ ଥିବା ବେଳେ ୪୪ଟିରେ ବିଜୟୀ ହୋଇଛି । ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ୧୨୫ଟିରେ ଆଗୁଆ ରହିଥିବା ବେଳେ ୪ଟିରେ ବିଜୟ ଲାଭ କରିଛି ।