ସୁନ୍ଦରଗଡ ତା:୨୩/୮/୨୦୨୬(ସନ୍ଧାନ ନ୍ୟୁଜ) କ୍ରମାଗତ ଭାବରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିବା ଘଟଣା ଅଞ୍ଚଳରେ ସାମ୍ନା କୁ ଆସିଛି । ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ଦେଓକରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ନବମ ଶ୍ରେଣୀର ଛାତ୍ର ମାଡ ମାରିବା ନେଇ ଘଟଣା ସାମ୍ନା କୁ ଆସିଛି । ଏପରି ଘଟଣା ଆଗରୁ ଘଟି ଆସୁଥିବା ସୂଚନା ରହିଥିବା ସୂଚନା ରହିଛି। ଅଭିଯୋଗ ଅନୁସାରେ ଷଷ୍ଠ ଶ୍ରେଣୀର ଛାତ୍ର ଜୟଶିପ ଲାକଡା ଙ୍କୁ କେତେଜଣ ନବମ ଶ୍ରେଣୀର ଛାତ୍ର ନିରଞ୍ଜନ ପତି,କ୍ଷେତ୍ର ମାଝୀ,ସଞ୍ଜୟ ମାଝୀ ,ସୋହିକ ପ୍ରଧାନ, ପରୀକ୍ଷିତ ମାଝୀ ଓ ବିଶାଲ କାଳୁ ମାଡ ମାରିଥିବା ସମସ୍ତଙ୍କୁ ଚକିତ କରିଥିଲା । ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସି ନ ଥିଲା । ସୂତ୍ରରୁ ଖବର ପାଇ ସ୍ଥାନୀୟ ସମିତି ସଭ୍ୟା ମଞ୍ଜୁ ମହାନନ୍ଦିଆ ଏହି ଘଟଣା ସମ୍ପର୍କରେ ଖବର ପାଇ ଗୁରୁତର ଛାତ୍ରଙ୍କ ପରିବାରଙ୍କୁ ସୂଚନା ଦେଇଥିଲେ ।ପରେ ପରିବାର ଲୋକେ ଛାତ୍ରଙ୍କୁ ସୁନ୍ଦରଗଡ ଜିଲ୍ଲା ଏନଟିପିସି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏପରି ଘଟଣାକୁ ନେଇ ଶିକ୍ଷା ବିଭାଗ ଉପରେ ଅନେକ ପ୍ରଶ୍ନ ଉଠିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି । ବିଗତ ବର୍ଷ ଏପରି ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ଏହାର ପୁନରାବୃତ୍ତି ହେବା ଶିକ୍ଷା ଅନଷ୍ଠାନ ଉପରେ ଉଠିଛି ଅନେକ ପ୍ରଶ୍ନ? ନିରପେକ୍ଷ ଭାବେ ଉଚିତ୍ ତଦନ୍ତ ହୋଇ ମଧ୍ୟ ଘଟଣା ଘଟୁ ଚାଲିବା ଶିକ୍ଷା ବିଭାଗର ଅନୁଶାସନ ଉପରେ ଏକ ବଡ ପ୍ରଶ୍ନ? ରୀତିମତ ଭାବେ ଆଶ୍ରମ ବିଦ୍ୟାଳୟ ମାନଙ୍କରେ ଛାତ୍ର ସୁରକ୍ଷିତ ନ ରହୁଥିବା ନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟିବଦେବାକୁ ଦାବି ହେଉଛି ।
ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଙ୍କୁ ନିସ୍ତୁକ ମାଡ, ନିରପେକ୍ଷ ତଦନ୍ତ ଆରମ୍ଭ
|
August 23, 2026 |



