ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬: ଯାଜପୁର ଜିଲ୍ଲାରେ ଭୋଟର ତାଲିକା ଯାଞ୍ଚ ଶେଷ ପର୍ଯ୍ୟାୟରେ; ୨ ଲକ୍ଷ ୩୧ ହଜାରରୁ ଉର୍ଦ୍ଧ୍ୱ ନୋଟିସର ଶୁଣାଣି ସମ୍ପୂର୍ଣ୍ଣ

Spread the love

ଯାଜପୁର, :୨୩/୮/୨୬ (ସନ୍ଧାନ ନ୍ୟୁଜ)  ରାଜ୍ୟବ୍ୟାପୀ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଅଧୀନରେ ଯାଜପୁର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ଓ ଯାଞ୍ଚ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲା ନିର୍ବାଚନ ପ୍ରଶାସନର ତତ୍ପରତା ଯୋଗୁଁ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ନୋଟିସ ଜାରି ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ସରକାରୀ ରିପୋର୍ଟ ଅନୁଯାୟୀ, ଯାଜପୁର ଜିଲ୍ଲାରେ  ପ୍ରଶାସନ ପକ୍ଷରୁ ମୋଟ ୨,୩୧,୪୫୨ ଟି ନୋଟିସ ସଫଳତାର ସହ ଜାରି କରାଯାଇଥିଲା। ନୋଟିସ ପ୍ରଦାନ କ୍ଷେତ୍ରରେ କୌଣସି ବି ଆବେଦନ ବାକି ରହିନାହିଁ। ଜାରି କରାଯାଇଥିବା ନୋଟିସଗୁଡ଼ିକ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨,୩୦,୬୩୬ ଜଣ ଭୋଟରଙ୍କ ଶୁଣାଣି ସମ୍ପୂର୍ଣ୍ଣ ହୋଇସାରିଛି। ନିର୍ବାଚନ ମଣ୍ଡଳୀୱାରୀ ସ୍ଥିତି ଦେଖିଲେ, ଯାଜପୁର ସଦର (୫୨) ରେ ସର୍ବାଧିକ ୪୧,୪୧୭ ଟି ନୋଟିସ ଜାରି ହୋଇ ସମସ୍ତ ୪୧,୪୧୭ ଟିର ଶୁଣାଣି ସମ୍ପୂର୍ଣ୍ଣ ହୋଇଛି। ସୁକିନ୍ଦା (୫୪) ରେ ୩୮,୪୨୮ ଟି ନୋଟିସରୁ ୩୮,୧୮୪ ଟି, ବିଞ୍ଝାରପୁର (୪୮) ରେ ୩୬,୧୫୦ ଟି ନୋଟିସରୁ ୩୫,୪୩୧ ଟି, ଏବଂ ବରୀ (୪୯) ରେ ୩୫,୨୩୭ ଟି ନୋଟିସରୁ ୩୫,୧୧୩ ଟିର ଶୁଣାଣି ସରିଛି। ସେହିପରି କୋରେଇ (୫୩), ଧର୍ମଶାଳା (୫୧) ଓ ବଡ଼ଚଣା (୫୦) ରେ ଯଥାକ୍ରମେ ୩୧,୦୩୫, ୨୫,୬୫୯ ଏବଂ ୨୩,୫୨୬ ଟି ନୋଟିସର ଶତପ୍ରତିଶତ ଶୁଣାଣି ସମ୍ପୂର୍ଣ୍ଣ ହୋଇଛି। ଯାଞ୍ଚ ଓ ଶୁଣାଣି ସମୟରେ ଆବଶ୍ୟକୀୟ ବୈଧ ପ୍ରମାଣପତ୍ର ଓ ସଠିକ ତଥ୍ୟ ଦାଖଲ କରିବାରେ ଅସମର୍ଥ ହୋଇଥିବା ମୋଟ ୬୦୦ ଜଣ ଭୋଟରଙ୍କୁ ଅଯୋଗ୍ୟ ବିବେଚିତ କରାଯାଇ ଭୋଟର ତାଲିକାରୁ ବାଦ୍ ଦେବାକୁ ଚିହ୍ନଟ କରାଯାଇଛି, ଯେଉଁଥିରେ ସୁକିନ୍ଦାରୁ ୧୬୩, ଧର୍ମଶାଳାରୁ ୧୩୬, ବିଞ୍ଝାରପୁରରୁ ୧୩୨, ବଡ଼ଚଣାରୁ ୮୧, ଯାଜପୁରରୁ ୫୪ ଏବଂ କୋରେଇରୁ ୩୪ ଜଣ ଅଛନ୍ତି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO/AERO) ଙ୍କ ସ୍ତରରେ ନୋଟିସ ଆଧାରରେ ୨,୨୮,୫୭୫ ଟି ନାମ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରକାଶ ପାଇଁ ସୁପାରିଶ କରାଯାଇଛି। ଏହା ବ୍ୟତୀତ ଅନ୍ୟାନ୍ୟ ସୂତ୍ରରୁ ଆସିଥିବା ୧୨,୦୦,୬୨୮ ଟି ଆବେଦନ ମଧ୍ୟ ଚୂଡ଼ାନ୍ତ ପ୍ରକ୍ରିୟାକରଣ ମଧ୍ୟରେ ରହିଛି। ସମସ୍ତ ନୋଟିସ, ଦାବି ଓ ଆପତ୍ତିଗୁଡ଼ିକର ସମ୍ପୂର୍ଣ୍ଣ ଫଇସଲା ଆସନ୍ତା ତା ୧୭.୦୯.୨୦୨୬ ରିଖରେ ପ୍ରକ୍ରିୟା ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ତା ୨୧.୦୯.୨୦୨୬ ରିଖରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବା ନିମନ୍ତେ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

Related Posts

About The Author

Add Comment