ନବଗଠିତ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀର ପ୍ରଥମ ବୈଠକରେ ସଂଖ୍ୟାଧିକ ସଦସ୍ୟ ରହିଲେ ଅନୁପସ୍ଥିତ: ହେଲାନାହିଁ କୋରମ୍
ନବଗଠିତ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀର ପ୍ରଥମ ବୈଠକରେ ସଂଖ୍ୟାଧିକ ସଦସ୍ୟ ରହିଲେ ଅନୁପସ୍ଥିତ: ହେଲାନାହିଁ କୋରମ୍
Manas Kumar Rout |
October 1, 2018 |
କୁଆଖିଆ, ୧/୧0(ସନ୍ଧାନ ନିୟୁଜ): କୁଆଖିଆଠାରେ ନୂଆ ଜିଲ୍ଲା ସଭାପତି ଗୌତମ ରାୟଙ୍କ ଦ୍ବାରା ଗଠିତ ନୂଆ ଟିମ୍ ଘୋଷଣା ହେବାର ପ୍ରାୟ ଅଢେଇ ମାସ ପରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ! ଏଥିରେ ଜିଲ୍ଲା ପାଳକ ସମୀର ଦେ ଓ ଜିଲ୍ଲା ପ୍ରଭାରୀ ବିଷ୍ନୁ ଦାସ ଯୋଗ ଦେଇଥିଲେ ! ମାତ୍ର ଏହି ପ୍ରଥମ ବୈଠକରେ କାର୍ଯ୍ୟକାରିଣୀର ସଂଖ୍ୟାଧିକ ସଦସ୍ୟ ଅନୁପସ୍ଥିତ ରହିବା ଘଟଣା ଜିଲ୍ଲାରେ ଦଳୀୟ ସଂଗଠନ ଦୁର୍ବଳ ସ୍ଥିତିକୁ ଯେ ପ୍ରଦର୍ଶନ କରୁନାହିଁ ବରଂ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛକୁ ଠେଲି ଶାସକ ଦଳ ସହିତ ଏକ ପ୍ରକାର ଟକ୍କର ଦେଇ ଦ୍ବିତୀୟ ସ୍ଥାନକୁ ଉତ୍ତିର୍ଣ୍ଣ ହୋଇଥିବା ବିଜେପି ଆଗାମୀ ସାଧାରଣ ନିର୍ବାଚନକୁ କିଭଳି ମୁକାବିଲା କରିବ ସେଥିନେଇ ଏବେଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କଲାଣି | ଗୋଟିଏ ପଟେ ପୁରୁଣା କ୍ୟାଡର୍ ମାନେ ଜିଲ୍ଲା ସଭାପତିଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଜାହିର କରି ରାଜ୍ୟ ନେତୃତ୍ବଙ୍କଠାରୁ ନେଇ କେନ୍ଦ୍ରୀୟ ନେତୃତ୍ବଙ୍କ ଯାଏ ଫେରାଦ ହୋଇ କାର୍ଯ୍ୟକ୍ରମ ମାନ ଜାରି ରଖିଥିବା ବେଳେ ବିଭିନ୍ନ ଦଳରୁ ନବାଗତ ନେତାମାନଙ୍କୁ ଧରି ଦଳକୁ ମଜବୁତ କରିବା ଓ ଆଗାମୀ ନିର୍ବାଚନରେ ଦଳକୁ ବିପୁଳ ସଫଳତା ଦେବା ପାଇଁ ଗୌତମଙ୍କ ଉପରେ ରାଜ୍ୟ ନେତୃତ୍ବ ବିଶେଷ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଆସ୍ଥା ପ୍ରକଟ କରିଥିଲେ ଏଭଳି ସ୍ଥିତିରେ ତାହା ସଫଳ ହେବାନେଇ ମଧ୍ୟ ସନ୍ଦେହ ସୃଷ୍ଟି କଲାଣି |
ଗତକାଲି ବୈଠକରେ ନୂତନ କମିଟିର ଅନେକ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚାର ସଭାପତି ଏବଂ ନବାଗତ ବରିଷ୍ଠ ନେତାଙ୍କ ସମେତ ରାଜ୍ୟ ସଂପାଦିକା ସୀମନ୍ତିନୀ ଜେନା, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ରାଜ୍ୟ ଓବିସି ମୋର୍ଚ୍ଚା ଉପ ସଭାପତି ଆଶୁତୋଷ ପରିଡା, ରାଜ୍ୟ ସମବାୟ ସେଲ ଆବାହକ ପବିତ୍ର ଦାଶଙ୍କ ଭଳି ଅପେକ୍ଷିତ ପ୍ରାୟ ପଚାଶରୁ ଉର୍ଦ୍ଧ୍ଵ ସଦସ୍ୟ ଅନୁପସ୍ଥିତ ରହିବା ଘଟଣାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି !
Related Posts
About The Author