ସଦର ବ୍ଲକ “କ” ଯୋନରେ ନିଆରା ଢଙ୍ଗରେ ବିଜେପିର ଭୋଟ ପ୍ରଚାର

Spread the love

ସୁନ୍ଦରଗଡ ତା:୧୩/୨/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିଜ ନିଜ ଢଙ୍ଗରେ ପ୍ରଚାର କରୁଛନ୍ତି ପ୍ରାର୍ଥୀମାନେ । ବିଜେପି ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ତାମିବାହାଲ ଗ୍ରାମରେ କର୍ମା ନାଚର ତାଳେତାଳେ ଲୋକଙ୍କ ଠାରୁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ନିଆରା ଢଙ୍ଗରେ ହେଉଛି ଭୋଟ ପ୍ରଚାର । ସୁନ୍ଦରଗଡ “କ” ଯୋନରେ ସାତଟି ଜିଲ୍ଲା ପରିସଦଙ୍କ ପାଇଁ ଭୋଟ ପ୍ରଚାରରେ ଭୋଟ ଭିକ୍ଷା କରୁଛନ୍ତି ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ । ସଦର ବ୍ଲକ “କ” ଯୋନରେ ବିଜେପି ପ୍ରାର୍ଥୀ ପ୍ରବୀଣ ନାଏକ ପାଇଁ ତାମିବାହାଲ ସମେତ କିରେଇ ଅଞ୍ଚଳରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ବିଷୟକୁ କେନ୍ଦ୍ରକରି ଯଥା ଆବାସ ଯୋଜନାରେ,ଚାଷ ଜମିରେ ଜଳସେଚନର ବ୍ୟବସ୍ଥା, ପାନିୟ ଜଳର ବ୍ୟବସ୍ଥା,ଘରେ ଘରେ ବିଜୁଳିର ସୁବିଧା,ଅଂଚଳରେ ପରିମଳ କୁ କେନ୍ଦ୍ରକରି ଲୋକଙ୍କୁ ଅବଗତ ଓ ସଚେତନ କରି ଭୋଟ ଭିକ୍ଷା କରିବାର ଦେଖିବାକୁ ମିଳିଥିଲା । ଭୋଟ ଭିକ୍ଷାରେ ଆଦିବାସୀ କର୍ମାନୃତ୍ୟର ତାଳେତାଳେ ଶ୍ରୀମତୀ କୁସୁମ ଟେଟେ ଭୋଟ ଭିକ୍ଷା କରିବା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts

About The Author

Add Comment