ସୁନ୍ଦରଗଡ ତା:୧୦/୨/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ) ତଲସରା ନିର୍ବାଚନ ମଣ୍ଡଳୀର ସବଡେଗା,ବାଲିସଙ୍କରା,ଲେଫ୍ରିପଡା,ବଡ଼ ଗାଁ ଅଂଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଫାଦର ,ଶିଷ୍ଟର ସହ ବରିଷ୍ଠ ଲୋକମା କୁ ନେଇ ରେଙ୍ଗାଲି ଡ୍ୟାମରେ ବିଜେଡି ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଜେଡିର ଜିଲା ସଭାପତି ତଥା ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ ପରିବର୍ତ୍ତନ ପାଇଁ ଆହ୍ୱାନ କରିଥିଲେ । ବିଗତ ଦିନରେ ବିରୋଧୀ ଦୁଇ ଦଳ ପକ୍ଷରୁ ତଲସରା ନିର୍ବାଚନ ମଣ୍ଡଳୀରେ ଆଜି ପର୍ଯ୍ୟନ୍ତ କୌଣସି ଉନ୍ନତି ମୁଲକ କାର୍ଯ୍ୟ ହୋଇ ନ ଥିବା କଥା କହି ପରିବର୍ତ୍ତନର ବାର୍ତା ଦେଇ ବିପୁଳ ସଂଖ୍ୟାରେ ସମର୍ଥନ କରିବାକୁ ନିବେଦନ କରିଥିଲେ । ଏଥିରେ ଜିଲ୍ଲା ବିଜେଡି ଯୁବ କାର୍ଯ୍ୟକାରିଣୀ ସଭାପତି ବୈକୁଣ୍ଠ ନାଏକ, ଛାତ୍ର ଯୁବନେତା ସୁମନ୍ତ ସାହୁ, ମନୋଜ ପଟେଲ, ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଯୋନରେ ପ୍ରାର୍ଥୀ ମାନଙ୍କ ସହ ବିପୁଳ ସଂଖ୍ୟାରେ ବିଜେଡି ଯୁବ ନେତା ସହ କର୍ମୀ ଉପସ୍ଥିତ ଥିଲେ ।
ରେଙ୍ଗାଲି ଡ୍ୟାମରେ ବିଜେଡି ଦଳପକ୍ଷରୁ ତଲସରା ନିର୍ବାଚନର ଖ୍ରୀଷ୍ଟିଆନ ସଂପ୍ରଦାୟକୁ ନେଇ ଏକ ସଭା ଅନୁଷ୍ଠିତ ହେଲା ।
|
February 11, 2022 |