ଘରୋଇ ଯାତ୍ରୀବାହି ବସ ଧକ୍କା ରେ ଜଣେ ମୃତ : ଅନ୍ୟ ଜଣେ ଗୁରୁତର

Spread the love
କନ୍ଧମାଳ,୨୯/୦୧/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଶନିବାର ଦିନ କନ୍ଧମାଳ ଜିଲ୍ଲା ଫୁଲବାଣୀ-ବାଲିଗୁଡା ମୁଖ୍ୟ ରାସ୍ତାର ଲଦା ଗାଁ ଠାରେ ଖମ୍ବେଶ୍ବରୀ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି l ଘଟଣାରୁ ପ୍ରକାଶ ଯେ, ବାଲିଗୁଡା ପଟୁ ଆସୁଥିବା ଉକ୍ତ ବସ ଟି ଲଦାଗାଁ ନିକଟରେ ପୁଲବାଣୀ ପଟୁ ଆସୁଥିବା ଏକ ସ୍କୁଟି କୁ ସାମନା ପଟୁ ଧକ୍କା ଦେଇଥିଲା, ଫଳରେ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡିକାଲ ଓ ପରେ ଫୁଲବାଣୀ ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଞ୍ଚି ଉଭୟ ମୃତ ଓ ଆହତ ବ୍ୟକ୍ତି ଙ୍କୁ ଫିରିଙ୍ଗିଆ ମେଡିକାଲ କୁ ଆଣିଥିଲେ l ମେଡିକାଲ ରେ ଫିରିଙ୍ଗିଆ ପୋଲିସ ଏଏସଆଇ  କୃଷ୍ଣ ଚନ୍ଦ୍ର ଗୌଡ଼ ତାଙ୍କ ଟିମ ସହ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ ବ୍ୟକ୍ତି ଜଣକ ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ଗାଁ ର ସିମାଞ୍ଚଳ କହଁର ବୋଲି ଜଣା ପଡ଼ିଥିବା ବେଳେ ଗୁରୁତର ଆହତ ହୋଇ ଥିବା ବ୍ୟକ୍ତି ଜଣକ ବନ୍ଧଗଡ଼ ପଂଚାୟତ ଚଢିଆପାଳି ଗାଁ ର ଜଗା ନାୟକ ବୋଲି ଜଣା ପଡିଛିl

Related Posts

About The Author

Add Comment