ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Spread the love

ଯାଜପୁର, ତା ୧୨ା୧ : ଆଗାମୀ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ଶୃଙ୍ଖଳାର ସହ ସମାପନ ପାଇଁ ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଗୁରୁତ୍ୱ ଦେଇଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍‌ାପାଳ ଶ୍ରୀ ରାଠୋର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଜାରି କରିଥିବା ନିୟମାବଳୀ, ମାର୍ଗଦର୍ଶିକା ଓ କାର୍ଯ୍ୟସୂଚୀ ଅନୁସାରେ ନିର୍ବାଚନ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ନିର୍ବାଚନ ବିଗତ ନିର୍ବାଚନ ଅପେକ୍ଷା କରୋନା କଟକଣା ଯୋଗୁଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ସଠିକ ଭାବେ ନିର୍ବାଚନ ପରିଚାଳନା, କୈାଣସି ସମସ୍ୟା ହେଲେ ତୁରନ୍ତ ଉଚ୍ଚ ଅଧିକାରୀ ମାନଙ୍କୁ ପରାମର୍ଶ ପାଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଳ୍‌ା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର. ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ସହ ଉତ୍ତେଜନା ଓ ଅତି ଉତ୍ତେଜନା ପ୍ରବଣ ବୁଥ୍ ମାନଙ୍କୁ ଚିହ୍ନଟ, ସେଠାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ, ଅତିରିକ୍ତ ଜିଲ୍ଳ୍‌ାପାଳ, କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଳ୍‌ାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେôହରିଆ, ଉପଜିଲ୍ଳ୍‌ାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ନିର୍ବାଚନ ଆଚରଣ ବିଧି, ନାମାଙ୍କନ ପତ୍ର ଦାଖଲ, ଯାଞ୍ଚ, ପ୍ରାର୍ଥୀ ପତ୍ର ପ୍ରତ୍ୟାହାର, ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶନ, ନିର୍ବାଚନ ଅଧିକାରୀ ମାନଙ୍କୁ ତାଲିମ, ମତ ଗ୍ରହଣ, ଷ୍ଟ୍ରଙ୍ଗ୍ ରୁମ୍ ବ୍ୟବସ୍ଥା, ଭୋଟ ଗଣତି ଇତ୍ୟାଦି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଚଳିତ ନିର୍ବାଚନ କୋଭିଡ ନିୟମ ଆଧାରରେ ହେଉଥିବାରୁ ଚ୍ଥୋଟ ଚ୍ଥୋଟ ଗ୍ରୁପରେ ତାଲିମ ପ୍ରଦାନ, ପ୍ରତି ବ୍ଳ୍‌କରେ କେତେକ ବୁଥରେ କେବଳ ମହିଳା ପୁଲିଂ ଅଧିକାରୀ ମାନଙ୍କ ଦ୍ୱାରା ମତ ଗ୍ରହଣ ବ୍ୟବସ୍ଥା, ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ଇତ୍ୟାଦି ସଂପର୍କରେ ବିସ୍ତୃତ ଆଲୋକପାତ କରାଯାଇଥିଲା । ଜିଲ୍ଳ୍‌ା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ସହ ନିର୍ବାଚନର କାର୍ଯ୍ୟସୂଚୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଳ୍‌ାର ୧୦ଟି ବ୍ଳ୍‌କରେ ୩୯ ଗୋଟି ଜିଲ୍ଳ୍‌ା ପରିଷଦ ଜୋନ, ୩୧୧ ଗୋଟି ପଞ୍ଚାୟତ ଓ ୪୪୪୫ ଗୋଟି ୱାର୍ଡ ପାଇଁ ନିର୍ବାଚନ କରାଯିବ । ଏଥିପାଇଁ ୪୪୪୫ ଟି ମତଦାନ କେନ୍ଦ୍ର କରାଯାଇଚ୍ଥି । ଜାନୁୟାରୀ ୧୭ ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ଓ ଜାନୁୟାରୀ ୨୫ ରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ । ୫ ପର୍ଯ୍ୟାୟରେ ଜିଲ୍ଳ୍‌ାରେ ନିର୍ବାଚନ ଅନୁଷ୍ଠିତ ହେବ । ପେଂବୃୟାରୀ ୧୬ ରେ ଯାଜପୁର, ଧର୍ମଶାଳା ବ୍ଳ୍‌କ, ପେଂବୃୟାରୀ ୧୮ ରେ ଦଶରଥପୁର, ବଡଚଣା ବ୍ଳ୍‌କ, ପେଂବୃୟାରୀ ୨୦ ରେ ବିଂଝାରପୁର, କୋରାଇ ବ୍ଳ୍‌କ, ପେଂବୃୟାରୀ ୨୨ ରେ ସୁକିନ୍ଦା, ଦାନଗଦୀ ବ୍ଳ୍‌କ ଓ ପେଂବୃୟାରୀ ୨୪ ରେ ବରୀ ଓ ରସୁଲପୁର ବ୍ଳ୍‌କରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ୨୬ , ୨୭ ଓ ୨୮ ତାରିଖରେ ସଂପୃକ୍ତ ବ୍ଳ୍‌କରେ ମତ ଗଣନା ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଧାର୍ଯ୍ୟ କରିଥିବା ଜିଲ୍ଳ୍‌ାପାଳ ସୂଚନା ଦେଇଥିଲେ । ଏହି ବୈଠକର ସମସ୍ତ ବି.ଡି.ଓ. , ଗ୍ରାମ ପଞ୍ଚାୟତ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Related Posts

About The Author

Add Comment