ଯାଜପୁର ସଦର,୦୪ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ଜେନାପୁର ରାସ୍ତା ୟୁକୋବ୍ୟାଙ୍କ ଛକରୁ ୨୦୨୧ ଡିସେମ୍ବର ୨୯ ତାରିଖ ଦିନ ୧୦ଟା ବେଳେ, ବାଇକ ଡିକି ଭାଙ୍ଗି ଭୋଟକା ଗ୍ରାମର ଭାଷ୍କର ସାହୁଙ୍କର ୨ଲକ୍ଷ ୫୦ହଜାର ଟଙ୍କା ନେଇଯାଇଥିବା ଜଣାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ସାହୁ ଏନେଇ କୁଆଖିଆ ଥାନାରେ ଅଭିଯୋଗଗ କରିବା ପରେ କୁଆଖିଆ ଆଇଆଇସି ମନୋଜ ସ୍ୱାଇଁ ଚୋରୀ ଯାଇଥିବା ଟଙ୍କା ଉପରେ ତିକ୍ଷ୍ଣ ନଜର ରଖିଥିଲେ । ଥାନା ଅଧିକାରୀ କୌଣସି ସୁତ୍ରରୁ ଖବର ପାଇ କଳିଙ୍ଗନଗର ଥାନା ନିକଟରୁ ଆସାମୀକୁ ଗିରଫ କରିବାରେ ସଫଳ ହୋଇଥିବା ଜଣାଯାଇଚି । ଲୁଟରେ ବ୍ୟବହାର କରିଥିବା ପଲସର ବାଇକକୁ ଜବତ କରିବା ସହିତ ତାହା ନିକଟରୁ ଲୁଟ ହୋଇଥିବା ୨ଲକ୍ଷ ୨୦ହଜାର ଟଙ୍କା ଜବତ ହୋଇଚି । ଲୁଟରେ କେତେଜଣ ସମ୍ପୃକ୍ତ ଅଛନ୍ତି କୁଆଖିଆ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ, ଏହି ଲୁଟେରା ଘର ହେଉଚି ଗଞ୍ଜାମ ଜିଲ୍ଲା ଆସକା ଥାନା ଡୁକୁଣି ସାପୁର ଅଞ୍ଚଳର ଅଶୋକ ରାଓଙ୍କ ପୁଅ କରୋଣ ରାଓ ବୋଲି ଜଣାଯାଇଚି । ଯାଜପୁର ଏସଡିପିଓ ଚିନ୍ମୟ ନାୟକ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେସ୍ ନଂ ୩୪୯/୨୧ ।
ମଧୁବନ ନିକଟରୁ ବାଇକ ଡିକିରୁ ଚୋରି ହୋଇଥିବା ଟଙ୍କା ପୋଲିସ ଜବତ କରିଚି
|
January 5, 2022 |



