ସୁନ୍ଦରଗଡ଼ ତା୧୭/୧୨/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ବାଲିସଙ୍କରା ର ବିଭନ୍ନ ପଞ୍ଚାୟତରେ ପୂର୍ବତମ ତଲସରା ବିଧାୟକ ବିଜେଡିର ଯୋଗ ଦେବା ନେଇ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୦ ତାରିଖରେ ନିଜ ସମର୍ଥକଙ୍କ ସହ ବିଜେଡି ଦଳରେ ସାମିଲ ହୋଇଥିଲେ । ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ପତ୍ନୀ ତଥା ବାଲିସଙ୍କରା ଅଧ୍ୟକ୍ଷା ତ୍ରିବେଣୀ ମାଝୀ ମଧ୍ୟ ନିଜ ସମର୍ଥକଙ୍କ ସହ ବିଜେଡି ଦଳରେ ସାମିଲ ହୋଇଛନ୍ତି । ତାଙ୍କ ଅନୁପ୍ରାଣୀତରେ ଅନେକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡି ଦଳରେ ସାମିଲ ହୋଇଛନ୍ତି । ବାଲିସଙ୍କରା ବ୍ଲକର ତୁମଳିଆ, ସମ୍ନାମରା,ତଲସରା ଓ କୁରେଇ ପଞ୍ଚାୟତରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧିତ ସଭାରେ ଜିଲ୍ଲା ବିଜେଡି ସଭାପତି ତଥା ଏସଡିସି ସଭାପତି ବିନୟ ଟପ୍ପୋ, ଛାତ୍ର ଜିଲ୍ଲା ଯୁବ ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀ, ରାଜ୍ୟ ଯୁବ ସଭାପତି ଶ୍ରୀଯୁକ୍ତ ବୈକୁଣ୍ଠ କାଲୋ, ପ୍ରମୁଖ ମଞ୍ଚରେ ଅତିଥିରୁପେ ଯୋଗ ଦେଇଥିଲେ ।
ତଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଜେଡିର ଯୋଗଦେବା ନେଇ ବାଲିସଙ୍କରା ବ୍ଲକ ଅନେକ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ
|
December 18, 2021 |



