ଯାଜପୁର, ୦୭/୧୨/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବିଞ୍ଝାରପୁର ଏସ୍ଆଇ ଭିଜିଲାନ୍ସ ଜାଲରେ ଛନ୍ଦିହେବା ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଚି । ପୋଲିସ ବିଭାଗର ପାରିବା ପଣିଆ ସ୍ପଷ୍ଟ ବାରିହୋଇପଡ଼ିଚି । ଏଠାରେ ସୂଚନା ଯୋଗ୍ୟ ଜଣେ ଅପରାଧିକୁ ଖସାଇଦେବାକୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯିବା ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଚି । ଘଟଣାରୁ ପ୍ରକାଶ ଯେ, ବିଞ୍ଝାରପୁର ଅସ୍ଆଇ ଫକିରମୋହନ ସିଂହ ଯାଜପୁର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାଯାଇଚି । ଯାଜପୁର ଭିଜିଲାନ୍ସ ଏକ ଟିମ ଯୋଜନା ଭାବେ ଚଢ଼ାଉକରି ଲାଞ୍ଚନେଉଥିବା ବେଳେ, ଚଢ଼ାଉକରି ଶ୍ରୀ ସିଂଙ୍କୁ ଧରିଥିଲେ । ସାଧା ପୋଷାକରେ ଭିଜିଲାନ୍ସ ଅଧିକାରୀ ମାନେ ଥାନା ଭିତରେ ରହିଥିବା ବେଳେ, ଏସ୍ଆଇ ଶ୍ରୀ ସିଂ ଲାଞ୍ଚଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଂଚାୟତରେ ଏକ ଗଣ୍ଡଗୋଳ ହୋଇଥିବା ବେଳେ ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଥାନାରେ ୫୧୫/୨୧ ରେ ଏକ କେସ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅନ୍ୟ ଆସାମୀମାନଙ୍କୁ କେସରୁ ମୁକାଳି ଦେବାଲାଗି ଏସ୍.ଆଇ ଫକିରମୋହନ ସିଂ ୬ ହଜାର ଟଙ୍କା ଆସାମୀକୁ ମାଗିଥିବା ବେଳେ, ଏ ସମ୍ପର୍କରେ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଭିଜିଲାନ୍ସରେ ସୂଚନା ଦିଆଯାଇଥିଲା । ଏସ୍.ଆଇଙ୍କୁ ଧରିବା ପାଇଁ ଥାନା ମଧ୍ୟରେ ନକ୍ସା ପ୍ରସ୍ଥୁତ କରାଯାଇଥିଲା । ଯାହା ଫଳରେ ଲାଞ୍ଚ ନେଉଥିବା ସମୟରେ ଯାଜପୁର ଭିଜିଲାନ୍ସ ଡିଏସପି ସୁଶିଲ ଏକ୍ରାଙ୍କ ନେତୃତ୍ୱରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଯୋଜନା ଅନୁଯାୟୀ ସୋମବାର ଦିନ ଥାନା ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉକରି ଏସ୍ଆଇଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ଟଙ୍କାକୁ ଜବତ କରିବା ସହିତ ଶ୍ରୀ ସିଂଙ୍କୁ ଗିରଫ କରିଥିଲେ । ଯାଜପୁର ଭିଜିଲାନ୍ସ ଟିମର ଡିଏସ୍ପି ସୁଶିଲ ଏକ୍ରା ଆଇଆଇସି ଅନୁସୁୟା ସେନାପତି କଟକ ଡିଭିଜନର କର୍ମାଚାରୀ ବିଜୟ କୁମାର ଏହି ଚଢ଼ାଉରେ ସାମିଲ ଥିଲେ । ଏନେଇ ଭିଜିଲାନ୍ସ ଥାନାରେ ୩୬/୨୧ ଭାରତୀୟ ଦଣ୍ଡ ସଂହିତାର ଧାରା ୭ ପିସିରେ ମାମଲା ରୁଜୁ କରାଯାଇଥିବା ଜଣାଯାଇଚି । ଶ୍ରୀ ସିଂଙ୍କର ବିଞ୍ଝାରପୁର ଏବଂ କଟକ ଜିଲ୍ଲା କନ୍ଧରପୁର ବାସଭବନ ମଧ୍ୟରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଚି ।
ବିଞ୍ଝାରପୁର ଏସ୍ଆଇ ଭିଜିଲାନ୍ସ ଜାଲରେ ଛନ୍ଦିହେଲେ
|
December 8, 2021 |