ଭିନ୍ନକ୍ଷମ ଦିବସରେ ସରକାରୀ ସହାୟତା ସାତ ସପନ

Spread the love

ଯାଜପୁର, ୦୩/୧୨/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଭିନ୍ନକ୍ଷମ ଦିବସ ଅବସରରେ ଭତ୍ତା ଏବଂ ପଡ଼ି ସାମଗ୍ରୀରେ ଜୀବନ କଟୁଥିବା ବେଳେ, ପଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଡିସେମ୍ବର ୩ତାରିଖରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିବା ବେଳେ, ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଯାହାକି ସରକାରଙ୍କ ପକ୍ଷରୁ ଏହି ଦିବସ ପାଳନ କରାଯିବା ପାଇଁ କୋଭିଡ଼ କଟକଣାକୁ ଆଖିଆଗରେ ରଖି ଏହି ଦିବସ ପାଳନ କରାଯାଇଥିଲା । ଏହି ଦିବସରେ ଭିନ୍ନକ୍ଷମ ମାନଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଥିବା ବେଳେ, କରୋନାକୁ ହରାଇବା ସହିତ ଦିବ୍ୟାଙ୍ଗ ମାନେ କୌଣସି ଗୁଣରେ କମ ନୁହଁନ୍ତି । ସେମାନେ ନିଜର ସକ୍ଷମ ହେବା ସହିତ ସମାଜର ଉନ୍ନତି କରାଯିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଗଲେ ସେମାନେ ଏ ସମାଜନରେ ଛିଡ଼ି ହେବା ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ଦିବ୍ୟାଙ୍ଗ ମାନଙ୍କ ପାଇଁ ସହାୟତା ଯୋଗାଇ ଦେଲେ ସେମାନେ ନିଜ ଗୋଡ଼ରେ ଠିଆ ହେବା ସହିତ ସମାଜରେ ଏକ ହୋଇ ତାଙ୍କର ଜିବିକା ନିର୍ବାହ କରିପାରିବେ ବୋଲି ଭିନ୍ନକ୍ଷମର ସଭାପତି ମଣ୍ଟୁଦାସ ସୂଚନା ଦେଇଥିଲେ । ଯାହାକି ସରକାରଙ୍କ ପକ୍ଷରୁ ଭତ୍ତା ଏବଂ ରେସନ କାର୍ଡ ଯୋଗାଇ ଦିଆଯାଇଥିବା ବେଳେ, ସେମାନେ ସ୍ୱାବଲମ୍ବି ହେବା ସହିତ ଆଉ ପାଞ୍ଚ ଭାଈଙ୍କୁ ସାହାଯ୍ୟ କରିବାଲାଗି ଅଣ୍ଟା ଭିଡ଼ିବା ତାଙ୍କ ପକ୍ଷେ ସମ୍ଭବ । ଯାହାକି ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟବିଭାବରେ ଭିନ୍ନକ୍ଷମ ଯୁବକ ଯୁବତୀ କାର୍ଯ୍ୟକରୁଥିବା ବେଳେ, ଦିବ୍ୟାଙ୍ଗ ମାନଙ୍କୁ ସରକାରଙ୍କ ପକ୍ଷରୁ ଅବହେଳା କରାଯାଉଥିବା ସଭାପତି ମଣ୍ଟୁ ଦାସ ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲାରେ ୫୦ହଜାର ଭିନ୍ନକ୍ଷମ ରହିଥିବା ବେଳେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅବହେଳା କରାଯାଉଥିବା ଭିନ୍ନକ୍ଷମ ଦିବସରେ ଅଭିଯୋଗ କରାଯାଇଚି ।

Related Posts

About The Author

Add Comment