ବେଜିଂ, ୧୧/୧୧/୨୦୨୧ (ସନ୍ଧାନ ନିଉଜ) : ଗତ ଏକ ମାସ ହେଲା ଚୀନରେ ପୁଣି ତାଣ୍ଡବ ଆରମ୍ଭ କରିଛି କରୋନା ମହାମାରୀ । ହଠାତ୍ ସଂକ୍ରମଣ ବୃଦ୍ଧି ପାଇବାରୁ ଏବେ ଚିନ୍ତାରେ ଚୀନ ରାଷ୍ଟ୍ରପତି । ଏପଟେ ବର୍ତ୍ତମାନ ଉହାନ୍ ନୁହେଁ ବେଜିଂରେ ସ୍ଥିତି ଗମ୍ଭୀର ରହିଛି । କରୋନା ପଜିଟିଭିଟି ରେଟ୍ ବଢୁଥିବାରୁ ବର୍ତ୍ତମାନ ହାଇ ଆଲର୍ଟରେ ରହିଛି ବେଜିଂ ସହର । କରୋନା ଭୂତାଣୁର ବ୍ୟାପକ ବିସ୍ତାରକୁ ଦୃଷ୍ଟିରେ ରଖି ବେଜିଂରେ ମଲ, ସିନେମା ହଲ ଆଦି ପୁଣି ଥରେ ବନ୍ଦ କରାଯାଇଥିବା ବେଳେ ସହରର କିଛି ସ୍ଥାନରେ ଲକ୍ଡାଉନ୍ କଟକଣା ମଧ୍ୟ ଲଗାଯାଇଛି । ଅନ୍ୟପଟେ ବେଜିଂକୁ ଚାରି ପାଶ୍ୱର୍ରୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ସହର ଭିତରକୁ ପ୍ରବେଶ ଓ ସହର ବାହାରକୁ ପ୍ରସ୍ତାନ ଉପରେ ଚୀନ୍ ସରକାରଙ୍କ ଦ୍ୱାରା କଟକଣା ଲଗାଯାଇଛି ।
ଚୀନରେ ପୁଣି ଉଗ୍ର ରୂପ ନେଉଛି କରୋନା, ହାଇ ଆଲର୍ଟରେ ବେଜିଂ
|
November 11, 2021 |



