ଜମିବାଡ଼ିକୁ କେନ୍ଦ୍ରକରି ୪ଜଣ ଗୁରୁତର

Spread the love

ଯାଜପୁର, ୦୭/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ପଂଚାୟତ ମାନପୁର ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ଦୁଇ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ୪ଜଣ ଆହତ ହୋଇଥିବା ଜଣାଯାଇଚି । ଏନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ କୁଆଖିଆ ପୋଲିସ ଦୁଇଟି ମାମଲା ରୁଜୁକରି ତଦନ୍ତ କରୁଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଗ୍ରାମର ସାବିତ୍ରୀ ପଟ୍ଟନାୟକ ଏବଂ ସତ୍ୟାନନ୍ଦ ପଟ୍ଟନାୟକଙ୍କ ପରିବାର ମଧ୍ୟରେ ଦିର୍ଘଦିନ ହେବ ବିବାଦ ଲାଗି ରହିଥିଲା । ଏହି ଘଟଣାକୁ ଆପୋସ ସମାଧାନ କରାଯିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏଥିରେ ଦୁଇ ପରିବାର ବିଫଳ ହେବାରୁ ଦିପାବଳୀ ଦିନ ବାଣ ଫୁଟାକୁ ନେଇ ଉଭୟ ପରିବାର ମଧ୍ୟରେ ପୂର୍ବ ଶତୃତାକୁ ନେଇ କମେଟ ମରାମରାଯାଇଥିଲା । କମେଟମରାକୁ କେନ୍ଦ୍ରକରି ଗଣ୍ଡଗୋଳର ଉଗ୍ରରୁପ ଧାରଣ କରିଥିଲା । ଏହି ଗଣ୍ଡଗୋଳରେ ସତ୍ୟାନନ୍ଦ ପିରବାର ପକ୍ଷରୁ ଦିପକ ପଟ୍ଟନାୟକ, ନିଳମଣୀ ପଟ୍ଟାନାୟକ ଆହତ ହୋଇଥିଲେ । ସେହିପରି ସାବିତ୍ରୀ ପରିବାରରୁ ସାବିତ୍ରୀ ଏବଂ ପାଣୁଆ ପଟ୍ଟନାୟକ ଆହତ ହୋଇଛନ୍ତି । ସତ୍ୟାନନ୍ଦଙ୍କ ଅଭିଯୋଗରେ କୁଆଖିଆ ପୋଲିସ ମାମଲା ନଂ ୩୭୯/୨୧ ଏବଂ ସାବିତ୍ରୀଙ୍କ ଅଭିଯୋଗରେ ମାମଲା ନଂ ୩୮୦/୨୧ ରୁଜୁକରାଯାଇଚି ।

Related Posts

About The Author

Add Comment