ଯାଜପୁର, ୦୭/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟର ମଠସାହି ଦଳିତ ଗ୍ରାମରେ ବାଣ ବିସ୍ଫୋରଣ ଘଟିବାରୁ ଜଣେ ବାଳକର ଆଖିରେ ଗୁରୁତର ଆଘାତ ଲାଗିବାରୁ ତାକୁ ଚିକିତ୍ସା ପାଇଁ କଟକ ମେଡିକାଲକୁ ନିଆଯାଇଥିଲା । ଆଖି ବିଭାଗରେ ଅପରେସନ କରାଯିବାରୁ ଏହି ବାଳକଟିର ଆଖି ନଷ୍ଟ ହୋଇଯାଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଏହି ଦଳିତ ସାହିର ଅମୂଲ୍ୟ ଦଳେଇଙ୍କ ପୁଅ ଛିଡ଼ା ହୋଇଥିବା ବେଳେ, ଦିପାବଳୀ ଦିନ ସେହି ସାହିର ଜଣେ ପଡ଼ୋଶୀ ସଢ଼େଇ ଭିତରେ ବମ୍ ଭର୍ତ୍ତିକରି ବାଣ ଫୁଟାଉଥିବା ବେଳେ, ବାଣଟି ବିସ୍ଫୋରଣ ଘଟିବାରୁ ଅମୂଲ୍ୟ ଦଳାଇଙ୍କ ପୁଅ ଆଖି ଉପରେ ଆଘାତ ଲାଗିଥିଲା । ଏହି ଅସହାୟ ଦଳିତ ପରିବାର ଅମୂଲ୍ୟ ଦଳାଇ ଧାର କରଜ କରି ପୁଅକୁ ଚିକିତ୍ସା ପାଇଁ କଟକ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ମାନେ ଆଖିପରିକ୍ଷା କରିବାରୁ ଆଖିଟି ଅପରେସନ କରାଯିବ ବୋଲି ଡାକ୍ତରମାନେ କହିଥିଲେ । ଏହି ଦଳିତ ପରିବାର ଦିନେ ଖାଇଲେ ଦିନେ ଉପବାସ ମାଛ ବିକ୍ରିକରି ପରିବାର ଚଳାଉଥିବା ବେଳେ, ଏହି ଦଳିତ ପରିବାର ଅପରେସନ ପାଇଁ ଧାର କରଜ କରି ପୁଅକୁ ଭଲ କରିବାପାଇଁ କଟକ ନେଇଥିଲେ । ସେଠାରେ ପୁଅର ଆଖି ଅପରେସନ ହେବାପରେ ଆଖିକୁ ଝାପସା ଝାପସା ଦେଖା ଯାଉଥିବା ଜଣାଯାଇଚି । ଏନେଇ ଖବର ପାଇ ଆମପ୍ରତିନିଧି ବରୀ ବିଧାୟୀକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସଙ୍କୁ ଟେଲିଫୋନରେ ଏହି ଗିରଗ ପରିବାରକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । କଟକ ମେଡିକାଲର ଆଖି ବିଭାଗର ୬ନଂ ବେଡରେ ଏହି ବାଳକ ଚିକିତ୍ସା ହେଉଥିବା ଜଣାଯାଇଚି ।
ବାଣ ବିସ୍ଫୋରଣ ହେବାରୁ ବାଳକ ଗୁରୁତର ଆଖି ହାରାଇଲେ
|
November 7, 2021 |