ସବଡେଗା ବ୍ଲକରେ ପୁଣି ଚୋରଦଳ ସକ୍ରିୟ, ରାସିପତ୍ରାରେ ଚୋରି ଅଭିଯୋଗ

Spread the love

ସୁନ୍ଦରଗଡ ତା:୮/୧୦/୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ ) ସବଡେଗା ବ୍ଲକରେ ପୁଣି ଚୋରଦଳ ର ପ୍ରାଦୁର୍ଭାବ ବଢିଛି । ସବଡେଗା ବ୍ଲକ ଅନ୍ତର୍ଗତ ରସିପତ୍ରା ଗ୍ରାମରେ ସୁନା ଗହଣା ସହିତ ୨୦,୦୦୦ଟଙ୍କା ଚୋରି ଅଭିଯୋଗ ଆସିଛି ।ବିଗତ ଲକଡାଉନ ସମୟରୁ ସବଡେଗା
ବ୍ଲକ ସହିତ ବାଲିସଙ୍କରା ବ୍ଲକରେ ଚୋର ମାନଙ୍କ ଚୋରି ବଢିଚାଲିଛି । ତଲସରା ପୋଲିସ ଚୋର ମାନଙ୍କୁ ଦମନ କରିବାରେ ଜୋରସୋରରେ ଲାଗିଛନ୍ତି । ପୁଣି ଗତକାଲି ବିଳମ୍ବିତ ରାତ୍ରିରେ ରାଶିପତ୍ରା ଗ୍ରାମର ଫୁଲ ଟପ୍ପୋଙ୍କ ଘରୁ ସୁନା ଗହଣା ସହିତ ଟଙ୍କା ଚୋରି
ହୋଇଥିବା ତଲସରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ହେଲାପରେ ତଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରି ହୋଇଥିବା କେତେକ ଅବଶିଷ୍ଟାଂସକୁ ଜବଦ କରି ତଦନ୍ତ ଆରମ୍ଭ କରିଛି । ଶ୍ରୀମତୀ ଫୁଲ ଟପ୍ପୋଙ୍କ ଘରେ ଏକା ଥିବାର ଖବରପାଇ ଏହି କାଣ୍ଡ ଘଟାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଘରର ଆଲମୀରା ଫାଡ଼ି ସୁନା ଗହଣା ସହ ନଗଦ କୋଡିଏ ହଜାର ଟଙ୍କା ସହ ଏକ ଆଟାଚି ନେଇ ଫେରାର ହୋଇଥିବା ଜଣାପଡିଛି ।

Related Posts

About The Author

Add Comment