ସମ୍ବଲପୁର ତା: ୦୭/୧୦/୨୦୨୧(ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ସମ୍ବଲପୁର ଜିଲ୍ଲାର ଯୁବ କଂଗ୍ରେସ ପକ୍ଷରୁ ମହାନଗର ନିଗମ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ। କମିଟୀର ସଭ୍ୟମାନେ ସଭାପତିଙ୍କ ତତ୍ତ୍ଵାବଧାନରେ କଂଗ୍ରେସ ଭବନରୁ ବାହାରି ମହାନିଗମ ଅଫିସ ପହଞ୍ଚି ମହାନଗର ନିଗମର ଅଧ୍ୟକ୍ଷଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ।ବିଯୋଭ ଯାତ୍ରାରେ ଯୁବଙ୍କ କଂଗ୍ରେସ ସଭାପତି ମୋହନ ସା, ଆଶୁତୋଷ ସ୍ଵାଇଁ, ପ୍ଲାବନ ବହିଦାର, ସୁମିତ ସରଙ୍ଗି, ରିନୁ, ଅଂଶୁମାନ ନନ୍ଦ,କ୍ରାନ୍ତି ମୁଖୀ, ଶେଖ ହୁସେନ, ବିଜୟ ଭୁୟାଁ, ସରୋଜ ମିଶ୍ର,ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଯୋଭ ଯାତ୍ରାକୁ ସଫଳ କରିଥିଲେ। ତାଙ୍କର ମୁଖ୍ୟ ଦାବି ଗୁଡିକ ହେଲା :ଗୋଲ ବଜାର ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ମୁଦିପଡ଼ା ବ୍ରିଜ ନିର୍ମାଣ, ଡ୍ରେନ ଗୁଡିକର ପୁନରୁଦ୍ଧାର, ଟାଉନ ହଲ ନିର୍ମାଣ । ଏ ଗୁଡ଼ିକର ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରିବା ଦାବି ଜଣାଇବା ସହିତ ଏହା ଯଥା ଶୀଘ୍ର ତ୍ଵରାନିତ କରାଗଲେ ଆନ୍ଦୋଳନର ପନ୍ଥା ନେବାକୁ ଚେତାବନୀମଧ୍ୟ ଦେଇଥିଲେ।
ସମ୍ବଲପୁର ମହାନରର ମୌଳିକ ସମସ୍ୟା ସମାଧାନ ପାଇଁ ଜିଲ୍ଲା ଯୁବ କଂଗ୍ରେସ କମିଟିର ବିକ୍ଷୋଭ ପ୍ରଦର୍ଶନ
|
October 7, 2021 |


