ସୁନ୍ଦରଗଡ ତା:୫/୧୦/୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ) ଗତ ଦୁଇ ତାରିଖରେ ଡ଼ମକୁଡ଼ାରେ ଏକ ଦୁଷ୍କର୍ମ କାଣ୍ଡ ଘଟିଥିଲା । ଅଭିଯୁକ୍ତ ସନତ ସିନ୍ଦ୍ରିଆ ତଲସରା ପୋଲିସ ପକ୍ଷରୁ ଗିରଫ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ଏକ ବିଧବା ମହିଳା ଜଙ୍ଗଲକୁ କାଠ ଗୋଟାଇବାକୁ ଯାଇ ଫେରୁଥିବା ସମୟରେ ଜୋର ଜବରଦସ୍ତି ଟାଣିନେଇ ଏହି ଉନ୍ମତକାଣ୍ଡ ଘଟାଇଥିଲା । ତଲସରା ପୋଲିସ ଅଭିଯୁକ୍ତକୁ
ଗିରଫ କରି ଡାକ୍ତରୀ ପରୀକ୍ଷା ପାଇଁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ଅଭିଯୁକ୍ତ ମହିଳାଙ୍କୁ ଧର୍ଷଣ ଉଦ୍ୟମ କରିବା ସହିତ ମହିଳାଙ୍କୁ ତଣ୍ଟି ଚିପି ହତ୍ୟାକାରିଥିବା ତଲସରା ପୋଲିସ ସମ୍ମୁଖରେ ସ୍ୱୀକାର କରିଛି ।
ଡ଼ମକୁଡ଼ା ବିଧବା ମହିଳା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ
|
October 5, 2021 |



