ସୁନ୍ଦରଗଡ ତା:୨/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ସଦର ଥାନା ଅନ୍ତର୍ଗତ ରାଜ୍ୟରାଜପଥ ୧୦ ରସରାଜପୁର ମୁଖ୍ୟ ରାସ୍ତାରେ ଇନ୍ଧନ ଗ୍ୟାସ ବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ଗାଡିର ଚାଳକ ଅଗ୍ନିସମ ବିଭାଗକୁ ଅବଗତ କଲାପରେ ଅତିଶୀଘ୍ର ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ସକାଳ ସମୟରେ ହୋଇଥିବାବେଳେ ଉକ୍ତ ଗାଡି (ଓଡ଼ି0୪-୩୩୪୨)ଟ୍ରକ ଝାରସୁଗୁଡ଼ାରୁ ରାଉରକେଲାକୁ ୩୨୪ଟି ଇନ୍ଧନ ଗ୍ୟାସ ସିଲିଣ୍ଡର ଯାଉଥିବା ବେଳେ ଏହି ଘଟଣା ଘଟିଛି । ଏଥିରେ କୌଣସି ଧନ ଜୀବନ ନଷ୍ଟ ନ ହେବା ଜଣାପଡିଛି । ଅଗ୍ନିସମ ବିଭାଗର ସାହସିକତା ଯୋଗୁଁ ଧନ ଜୀବନର ସୁରକ୍ଷା ହୋଇଥିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗାଡିର କେବିନରେ ସଟ ସର୍କିଟ ଯୋଗୁଁ ଘଟଣା ଘଟିଥିବାର ପୋଲିସ ତଦନ୍ତରେ ଜଣାପଡିଛି ।
ଇନ୍ଧନ ଗ୍ୟାସ ବୋଝେଇ ଟ୍ରକରେ ନିଆଁ ଲାଗିଲା,ଅଗ୍ନିସମ ବିଭାଗ ନିଆଁକୁ କଲେ ଆୟତ
|
October 2, 2021 |
