ସୁନ୍ଦରଗଡ :-ତା -୧ /୧୦ /୨୦୨୧ ସୁନ୍ଦରଗଡ କୋଶଳ ସମାଜ ପକ୍ଷରୁ ନିଶା ନିବାରଣ ଦିବସ ଗାନ୍ଧୀଜି ଏବଂ ଶାସ୍ତ୍ରୀଜିଙ୍କ ଜନ୍ମ ଦିନର ପବିତ୍ର ଦିବସରେ ପାଳନ କରାଯାଇଅଛି , ଏଥି ସହ ସୁନ୍ଦରଗଡ ଜିଲ୍ଲାପାଳ ଅଫିସ ସାମ୍ନାରେ ଗଣଧାରଣା ନିଆଯିବା ସହ ନିଶା ମୁକ୍ତ ଭାରତ , ନିଶା ମୁକ୍ତ କୋଶଳ ଓ ନିଶାମୁକ୍ତ ସୁନ୍ଦରଗଡ ଜିଲ୍ଲା ଗଠନ ଦାବିରେ ପ୍ରଧାନମନ୍ତ୍ରୀ ,ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ ସୁନ୍ଦରଗଡ କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି | ଏଥିରେ ନେତୃତ୍ୱ ଦେଇଥିଲେ କୋଶଳ ସମାଜ ର ମହା ସଚିବ ଦିଲ୍ଲୀପ କୁମାର ପଣ୍ଡା ,ସୁନ୍ଦରଗଡ ଜିଲ୍ଲା ସଚିବ ପ୍ରଦୀପ ଭୋଇ ,ମହିଳା ସମାଜ ସଚିବ ପଦ୍ମାଦେବୀ ,ଜିଲ୍ଲା ମହିଳା ସଚିବ ତରଣୀ ଭୋଇ ,ସୁନ୍ଦରଗଡ ମୁନିସିପାଲିଟି ମହିଳା ସଚିବ ଶୁଚିତା ବହଲା, ସବଡେ଼ଗା ବ୍ଲକ ସଚିବ ପ୍ରମିଳା ଖିଲାରୀ,ଲେଫରିପଡା ବ୍ଲକ ମହିଳା ସଚିବ ମୋହନା ଭୋଇ ,କିଶୋର ଖିଲାରୀ ପ୍ରମୁଖ ବହୁ କୋଶଳ ସମାଜ ସଭ୍ୟ ସଭ୍ୟା ସକ୍ରିୟ ଯୋଗ ଦେଇ ଥିଲେ |
ସୁନ୍ଦରଗଡ କୋଶଳ ସମାଜ ତରଫରୁ ନିଶାନିବାରଣ ଦିବସ ପାଳନ ସାଥିରେ ଗଣଧାରଣା
|
October 2, 2021 |


