ନକଲି ସାର ବିକ୍ରି ଅଭିଯୋଗ ,ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Spread the love

ସୁନ୍ଦରଗଡ ତା:୨୫/୮ ୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସ୍ୱଳ୍ପ ବର୍ଷା ଯୋଗୁଁ ଚାଷୀ ଋଣ କରି ହତାଶ ଅବସ୍ଥାରେ ଥିବାବେଳେ ତଲସରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ନକଲି ସାର ବିକ୍ରି କରିବାର ଅଭିଯୋଗ ଆସିଛି । ଚାଷୀ ଖରିଫ ଫସଲପାଇଁ ଡିଏପି ସାର କିଣି ବିଲରେ ଦେବାବେଳେ ଏହା ପାଣିରେ ମିଶିବା କଥା ମାତ୍ର ଏହାପାଣିରେ ନ ମିଶି ତାର ପ୍ରକୃତ ଅବସ୍ଥାରେ ରହିଥିବା ଅଭିଯୋଗ ଆସିଛି । ଗରିବ ଚାଷୀ ଏହି ସାର କିଣି ଠକାମୀର ଶିକାର ହେବା ସହିତ ହଇରାଣ ହେଉଛନ୍ତି । ଏହି ଅଭିଯୋଗ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ଏହାର ଅତିଶୀଘ୍ର କାର୍ଯାନୁଷ୍ଠାନ ଗ୍ରହଣ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜିଲ୍ଲା ପ୍ରଗତି ଦଳ ରାସ୍ତକୁ ଓଲ୍ହାଇବ ବୋଲି ପ୍ରଗତି ଦଳ ସଭାପତି ସୂଚନା ଦେଇଛନ୍ତି । ଏହାର ଆସନ୍ତା ୨୪ଘଣ୍ଟା ମଧ୍ୟରେ ପଦକ୍ଷେପ ନ ନିଆଗଲେ ପ୍ରଗତି ଦଲ ରାଜପଥ ଅବରୋଧ କରିବ ବୋଲି ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ଏହି କାରଣରୁ ଚାଷୀ ସମାଜ ଆତ୍ମହତ୍ୟା କରୁଥିବାର ବାର୍ତା ସାମ୍ନାକୁ ଆସିଛି ।

Related Posts

About The Author

Add Comment