ସୁନ୍ଦରଗଡ ତା:୨୪/୮/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ବର୍ଷା ସମୟରେ ଉଚିତ ପରିମାଣରେ ବର୍ଷା ନ ହେବାରୁ ଚଳିତ ବର୍ଷ ଖରିଫ ଋତୁରେ ବର୍ଷାର ପରିମାଣ କମିବାରେ ଲାଗିଛି । ଯୋଉ ଅନୁପାତରେ ବର୍ଷା ହେଉଛି ତାହା ଚାଷଜମି ପାଇଁ ସନ୍ତୁଷ୍ଟି ହୋଇପାରୁ ନାହିଁ । ଅଧିକାଂଶ ଚାଷ ଜମି ଫାଟି ଆକାଶକୁ ଅନେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସବଡେଗା ବ୍ଲକ୍ରର ଅନେକ ଅଞ୍ଚଳରେ ଏହି ପ୍ରକାର ଦୃଶ୍ୟରେ ଚାଷୀକୁଳ ହତାଶ ହୋଇବସିଲେଣି । ଆଗକୁ ବର୍ଷା ନ ହେଲେ କ୍ଷୁଦ୍ର ଚାଷୀ କିପରି ଭାବରେ କରଜ ସୁଝିବେ
ତାହା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସ୍ୱଳ୍ପ ବର୍ଷା ଯୋଗୁଁ ଚାଷୀକୁଳ ହତାଶ
|
August 25, 2021 |



