ଡିଏଫ୍‌ଓ ଓ ବିଦ୍ୟାଭାରତୀଙ୍କ ଉପରେ ପୁଣି ଝୁଲିଲା ଖଣ୍ଡା

Spread the love

କଟକ, ୧୪/୦୮/୨୦୨୧ (ସନ୍ଧାନ ନିଉଜ): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ପୁଣି ଥରେ ଉଷ୍ମ ହୋଇଛି। ଆଜି କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍‌ ଟିମ୍‌ ସୌମ୍ୟଙ୍କ ସରକାରୀ ଘରୁକୁ ଯାଇଥିଲେ। ସେଠାରେ ୨ ଘଣ୍ଟା ଧରି ତଦନ୍ତ କରିଥିଲେ। ସୌମ୍ୟଙ୍କ ସରକାରୀ ଘରୁ ବାହାରିଲା ପରେ କ୍ରାଇମବ୍ରାଞ୍ଚ DSP ଜ୍ଞାନ ରଞ୍ଜନ ମିଶ୍ର କହିଛନ୍ତି, ପୁଣି ଥରେ DFO ସଂଗ୍ରାମ କେଶରୀ ମହାପାତ୍ର ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଜେରା କରାଯିବ। ଏହାଛଡ଼ା ଏତଲାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଜେରା ହେବ ବୋଲି ଡିଏସ୍‌ପି କହିଛନ୍ତି। ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ପୁଲିସ୍‌ ତଦନ୍ତ କରୁଥିଲା। ଏଥିରେ ଡିଏଫ୍‌ଓ ଓ ଜଣେ ପୁଲିସ୍‌ ଅଧିକାରୀଙ୍କ ନାଁ ଆସିବାରୁ କ୍ରାଇମବ୍ରାଞ୍ଚ ତଦନ୍ତରେ ପୁଲିସକୁ ସହଯୋଗ କରୁଥିଲା। ତଦନ୍ତ ସରିନଥିବା ବେଳେ ଗଜପତି ଏସ୍‌ପି ଡିଏଫ୍‌ଓ ଓ ରୋଷେୟାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମାମଲାର ତଦନ୍ତ ଚାଲିଥିବା ବେଳେ ଏସ୍‌ପି କେମିତି ଡିଏଫ୍‌ଓ ଓ ରୋଷେୟାକୁ କ୍ଲିନ୍‌ଚିଟ୍‌ ଦେଲେ ବୋଲି ସୌମ୍ୟଙ୍କ ପରିବାର ଲୋକ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଅଡୁଆରେ ପଡ଼ିଥିଲା ଗଜପତି ଏସ୍‌ପି। ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ପୁଲିସ ବିଦ୍ୟାଭାରତୀ, ତାଙ୍କ ପରିବାର ଲୋକ, ସୌମ୍ୟଙ୍କ ପରିବାର ଲୋକ, ଡିଏଫ୍‌ଓ, ରୋଷେୟା ଓ ଡ୍ରାଇଭରକୁ ଜେରା କରିଥିଲା। ମାତ୍ର କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିଲା। ସୌମ୍ୟଙ୍କ ଦେହରେ କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ କରୁନଥିଲା ପୁଲିସ୍‌। ସେପଟେ ମୃତ୍ୟୁ ପୂର୍ବରୁ ସୌମ୍ୟ ଦେଇଥିବା ମୃତ୍ୟୁକାଳୀନ ଜମାନବନ୍ଦୀ କଣ କହିଥିଲେ, ତାହା ଉପରେ ମୁହଁ ଖୋଲୁନାହିଁ ପୁଲିସ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ପୁଲିସ୍‌ ସବୁ ଜାଣିଶୁଣି ଚୁପ୍‌ ରହୁଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ପୁଲିସ ସନ୍ଦେହ ଘେରରେ ପଡ଼ି ଯାଇଛି। ସୌମ୍ୟଙ୍କ ମୃତ୍ୟୁ କେମିତି ହେଲା, ତାହାର ପ୍ରକୃତ କାରଣ ପଦାକୁ ନଆସିଲେ ପୂରା ପରିବାର ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଥିଲେ। ଏହା ପରେ ସରକାର ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛି। ବାହାଘର ପରେ ସୌମ୍ୟ, ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଧରି ପଳାଇ ଆସିଥିଲେ ସରକାରୀ କ୍ୱାର୍ଟର୍ସକୁ। ସେଠାରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ। ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ବେଳେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ ନିଆଁ ଲାଗି ଯାଇଥିଲେ। ତାଙ୍କ ପତ୍ନ ଏନେଇ ପଡ଼ୋଶୀଙ୍କୁ ଜଣାଇଥିଲେ। ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ବନ ବିଭାଗ ସରକାରୀ ଗାଡ଼ିରେ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପରିବାର ଲୋକେ ଏନେଇ ହତ୍ୟା ଅଭିଯୋଗ କରିଥିଲେ। ସେମାନେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ମହାପାତ୍ର ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏତଲା ଦେଇଥିଲେ। ଏହି ଘଟଣା ପଛରେ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଅନୈତିକ ସଂପର୍କ ରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ। ପୁଲିସ୍ ଏମାନଙ୍କୁ ସମସ୍ତଙ୍କୁ ପଚରାଉଚରା କରିଛି। କିନ୍ତୁ ଏଯାଏ ପୁଲିସ୍ କାହାକୁ ଗିରଫ କରିନି ଏବଂ ଘଟଣାଟି ଏବେବି ସସ୍‌ପେନ୍ସ ମଧ୍ୟରେ ରହିଛି,

Related Posts

About The Author

Add Comment