ଜେନାପୁର ଥାନା ଚଡ଼େଇଧରା ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଓ ଗାଡ଼ି ସମେତ ୫ ଗିରଫ

Spread the love
ଜେନାପୁର/୧୪/୦୮/ସନ୍ଧାନ ନିଉଜ)(ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଜେନାପୁର ପୋଲିସ ଦ୍ୱାରା ଗଞ୍ଜେଇ ସମେତ ଏକ ଗାଡ଼ି  ଜବତ ।ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପାଞ୍ଚ ଜଣକୁ ଗିରଫ କରିଛି ଜେନାପୁର ପୋଲିସ.
ସୂଚନା ଅନୁସାରେ, ଶୁକ୍ରବାର ଢେଙ୍କାନାଳ ଆଡୁ ଏକ ମାରୁତି ଓମିନି ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ଜେନାପୁର ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଚଢେଇଧରା ଛକ ନିକଟରେ  ପୋଲିସ ଗାଡିକୁ ଜବତ କରିଥିଲେ । ଗାଡିରେ ବସ୍ତାବସ୍ତା ଗଞ୍ଜେଇ ଭର୍ତ୍ତି କରି ଅନ୍ୟ ସ୍ଥାନକୁ ଚାଲାଣ କରାଯାଉଥିଲା ବୋଲି ଜଣାପଡିଛି ।
ଜବତ ଗଞ୍ଜେଇ ପରିମାଣ ୩୭ କେଜି ବୋଲି ସୂଚନା ମିଳିଛି । ଏହାସହ ଅଭିଯୁକ୍ତଙ୍କଠାରୁ ମୋବାଇଲ, ନଗଦ ଟଙ୍କା ଜବତ କରିଛି ପୋଲିସ । ଗିରଫ ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି । ତେବେ ଗିରଫ ଅଭିଯୁକ୍ତ ମାନେ ଢେଙ୍କାନାଳ ଓ କୋଲକାତା ଅଞ୍ଚଳର ବୋଲି ପୋଲିସ କହିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ଢେଙ୍କାନାଳ ଜିଲା ଭୁସାଳ ଗ୍ରାମର ବ୍ରହ୍ମାନନ୍ଦ ହୋତା, ପଶ୍ଚିମବଙ୍ଗ ନଦିଆ ଜିଲା କ୍ରିଷ୍ଣାଗଞ୍ଜ ଥାନା ନଘଟା ଗ୍ରାମର ସୁଶାନ୍ତ କର, ନଦିଆ ଜିଲା ହଂସଖଲି ଥାନା ବଗୁଲିଆ ଗ୍ରାମର ପ୍ରସନଜିତ ଦାସ, ନଦିଆ ଜିଲା କ୍ରିଷ୍ଣାଗଞ୍ଜ ଥାନା ନଘଟା ଗ୍ରାମର ତାପସ ବିଶ୍ୱାସ ଓ କ୍ରିଷ୍ଣାଗଞ୍ଜ ଥାନା ମାଝଡିଆ ଗ୍ରାମର ସୁସିଲ ସରକାରଙ୍କ ପତ୍ନୀ ତୁଲୁ ସରକାର ବୋଲି ଜଣାପଡିଛି। ସେମାନେ ଏହି ଗଞ୍ଜେଇ ବିନା କୌଣସି କଗଜାତରେ ଚାଲାଣ କରି ବିକ୍ରି ପାଇଁ ନେଉଥିବା ବେଳେ ଚଢେଇଧରା ତଳଛକ ଠାରେ ଧରାପଡିଛନ୍ତି। ଜେନାପୁର କେସ ନଂ ୨୫୩/୨୧ଏନଡିପିଏସ ଧାରାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଆଶିଷ କୁମାର ସାହୁ ସୁଚନା ଦେଇଛନ୍ତି।

Related Posts

About The Author

Add Comment