ସୁନ୍ଦରଗଡ ତା :୯/୮ ୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଦରଳିପାଲି ଏଟିପିସି ମହା ପ୍ରବନ୍ଧକଙ୍କ ପଦୋନ୍ନତି ହୋଇ ପୂର୍ବାଞ୍ଚଳ କ୍ଷେତ୍ରିୟ ପ୍ରବନ୍ଧକର ଦାୟିତ୍ୱ ଦିଆଯାଇଛି । ପଦୋନ୍ନତି ପାଇଥିବା ଶ୍ରୀ ସୁନିଲ କୁମାର ସତ୍ୟମଙ୍କୁ ଗ୍ରୀନ ଟେଗ ଅଗ୍ରଣୀ ନିର୍ଦେଶକ ପୁରସ୍କାର ୨୦୨୧ ପ୍ରଦାନ କରାଯାଇଛି । ବୋଡ଼ ତାଙ୍କର ପଦକ୍ଷେପ ଓ ସଫଳତା ଉପରେ ଆଧାର କରି ଏହି ପୁରସ୍କାର ଦିଆଯାଇଥିବା ସୂଚନା ମିଳିଛି । ତାଙ୍କ କେତେକ ମୁଖ୍ୟ ଆକର୍ଷଣ ମଧ୍ୟରେ ପୂର୍ବାଂଚଳରେ ୮୦୦ ମେଘାୱାଟର ୟୁନିଟ ସଫଳତାର ସହ ଅଗ୍ରଗତି ହେବା, ଆଦିବାସୀ ଅଧିକୃତ ଜିଲ୍ଲା ତଥା ସହରରେ ଏକ ବିଶାଳ ହସ୍ପିଟାଲ ଓ ମେଡିକାଲ କଲେଜ ସ୍ଥାପନ କରି ତାକୁ ଉପଯୁକ୍ତ ଭାବେ ସଂଚାଳମ କରିବା ରହିଥିଲା ।
ଶ୍ରୀ ସୁନୀଲ କୁମାର ସତ୍ୟମ ୧୯୮୭ ଅଗଷ୍ଟ ୨୮ ତାରିଖରେ ସେ ଏନଟିପିସି ରେ ପ୍ରଶିକ୍ଷାଥି ଭାବରେ ଯୋଗ ଦେବାପରେ ଆଜି ପର୍ଯ୍ୟନ୍ତ ବିଗତ ୩୪ ବର୍ଷର ଅଭିଜ୍ଞତା ରେ ସେ ସମସ୍ତଙ୍କପାଇଁ ଏକ ଉଦାହରଣ ପ୍ରସ୍ତୁତ କରିଛନ୍ତି । ତାଙ୍କୁ ଏହି ପୁରସ୍କାର ପାଇଁ ଦରଳିପାଲି ପ୍ରକଳ୍ପ ମୁଖ୍ୟଏକେ ସମାୟା ଓ ବରିଷ୍ଠ ଅଧିକାରୀମାନେ ଅଭିନନ୍ଦନ ଜଣାଇଛନ୍ତି ।
ଦରଳିପାଲି ମହା ପ୍ରବନ୍ଧକଙ୍କୁ ପଦୋନ୍ନତି ଓ ନିର୍ଦେଶକ ପୁରସ୍କାର ପ୍ରଦାନ
|
August 10, 2021 |



