ବାରିପଦା, ୦୨/୦୮/୨୦୨୧ (ସନ୍ଧାନ ନିଉଜ) : ପୁଣି ଲଜ୍ଜା , ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ତେବେ ଗତକାଲି ରାତିରେ ଅଭିଯୋଗ ହେବା ମାତ୍ରେ ସଙ୍ଗେ ସଙ୍ଗେ ମୋରଡା ପୁଲିସ ଅଭିଯୁକ୍ତକୁ ଗିରଫ ପାଇଁ ଛାନ ଭିନ ଆରମ୍ଭ କରିଥିଲା। ମୋରଡ଼ା ପୁଲିସ ଦୁଷ୍କର୍ମକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ବାରିପଦା ସଦର ଥାନା ଅନ୍ତର୍ଗତ ରାଜାବସାର ଯୋଗେନ୍ଦ୍ର ମାରାଣ୍ଡି (୨୮) । ସୂଚନା ଅନୁଯାୟୀ, ଯୋଗେନ୍ଦ୍ର ନାବାଳିକାଙ୍କୁ ଏକ ଶୂନଶାନ ସ୍ଥାନକୁ ନେଇ ଜୋର ଜବରଦସ୍ତ କରି ଦୁଷ୍କର୍ମ କରିଥିବା ପୀଡିତା ନାବାଳିକାର ପରିବାରଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତକୁ ଗିରଫ ପରେ ବାରିପଦା ପିଆରଏମ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି। ଏନେଇ ମୋରଡା ଥାନାରେ ୧୬୫/୨୧ ରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ପୁଣି ଲଜ୍ଜା: ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
|
August 2, 2021 |


