ସୁନ୍ଦରଗଡରେ ବନ୍ଦ ଡାକରା ସଫଳ; ସବଡେଗାରେ ବିଫଳ

Spread the love
ସୁନ୍ଦରଗଡ ( ସନ୍ଧାନ ନିଉଜ/ ରୋଶନ ପଟେଲ )- ସୁନ୍ଦରଗଡ ରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କୁ ପ୍ରତିବାଦ କରି ବାମପନ୍ଥୀ ଦଳ ପକ୍ଷରୁ ୬ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଥିଲା I ଯାହା ସକାଳ ୬ଟାରୁ ଆରମ୍ଭ ହୋଇ ୧୨ଟା  ରେ ଶେଷ ହୋଇଥିଲା I ସମସ୍ତ ଦୋକାନ ବଜାରରୁ ଆରମ୍ଭ କରି ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ପର୍ଯ୍ୟନ୍ତ ସବୁ କିଛି ବନ୍ଦ ରହିଥିଲା I ଗତ କିଛି ଦିନ ହେବ ତୈଳ ଦର ଅହେତୁକ ବୃଦ୍ଧି ହେବାରେ ଲାଗିଛି ଏବଂ କମିବାର ନI ନେଉ ନାହିଁ , ଯାହା ଫଳରେ ଗରିବ ଏବଂ ମଧ୍ୟବିତ ପରିବାର ର ଲୋକମାନଙ୍କ ଉପରେ ସିଧାସଳଖ  ପ୍ରଭାବ ପଡିଛି I ଆଜି ବାମପନ୍ଥୀ ଦଳ ଏବଂ କଂଗ୍ରେସ ର ମିଳିତ ପ୍ରୟାସ ରେ ଆଜି ବନ୍ଦ ଡାକରା ସଫଳ ହୋଇଛି I

ସବଡେଗାରେ ବନ୍ଦ ଡାକରା ବିଫଳ

ଆଜି ବାମପନ୍ଥୀ ଓ କଂଗ୍ରେସ ମିଳିତ ଭାବରେ ଛଅ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ଏହି ପ୍ରସଙ୍ଗରେ ଗତକାଲି ଡାକବାଦୀ ଯନ୍ତ୍ର ମାଧ୍ୟମରେ ସମସ୍ତ ଦୋକାନ ବଜାର ସହିତ ସମସ୍ତ ଅଫିସ ବନ୍ଦ ରହିବ ବୋଲି ଅଂଚଳ ବାସୀଙ୍କୁ ଅବଗତ କରାଯାଇ ଥିଲା । ଡିଜେଲ,ପେଟ୍ରୋଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ବରବୃଦ୍ଧିକୁ ନେଇ ଏହି ବନ୍ଦ ଡାକରା ଦିଆଯାଉଥିଲା । ମାତ୍ର ସବଡେଗାରେ ଆଜି ବନ୍ଦର ଚିତ୍ର ଦେଖିବାକୁ ମିଳି ନ ଥିଲା । ଯାନବାହାନ ଚଲାଚଲ ହେବା ସହିତ ବାଇକ ଚାଳକଙ୍କ ଯାତାୟତ ଦେଖିବାକୁ ମିଳିବା ସହିତ ଦୋକାନ ଖୋଲା ରହିବା ଦେଖିବାକୁ ମିଳିଥିଲା । ଏହି ପରିପେକ୍ଷିରେ ଦଳ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରି ନ ଥିଲା ।

Attachments area

Related Posts

About The Author

Add Comment