ମାଲକାନଗିରି ଏସ୍‌ପିଙ୍କ ବଦଳି ପ୍ରତିବାଦରେ ସ୍ୱାଭିମାନ ଅଞ୍ଚଳରେ ପ୍ରତିବାଦ

Spread the love

ବାରିପଦା ୧୧/୦୭(ସନ୍ଧାନ ନ୍ୟୁଜ୍)-: ପୁଲିସ୍‌ ବିରୋଧରେ ନୁହେଁ, ମାଲକାନଗିରି ଏସପିଙ୍କ ବଦଳି ପ୍ରତିବାଦରେ ସ୍ୱାଭିମାନ ଅଞ୍ଚଳରେ ହୋଇଥିଲା ପ୍ରଜାମେଳି। ସ୍ୱାଭିମାନ ଅଞ୍ଚଳର ଯଡ଼ାମ୍ବ ଠାରେ ୩ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏକତ୍ରି ହୋଇ ଏସ୍‌ପିଙ୍କ ବଦଳିକୁ ବିରୋଧ କରିଥିଲେ।

ମାଲକାନଗିରି ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କର ମୟୂରଭଞ୍ଜ ଜିଲ୍ଲାକୁ ବଦଳି ହୋଇଯାଇଥିବା ଖବର ପାଇବା ପରେ ଏହି ସବୁ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାରଣ ଏସ୍‌ପି ଖିଲାରୀଙ୍କ ଦ୍ୱାରା ସେମାନେ ବହୁଳ ଭାବେ ଉପକୃତ ହୋଇଥିଲେ।

 

ଏହି ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏସ୍‌ପି ଖିଲାରୀ ସ୍ୱାଭିମାନ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ଭୟଭୀତ ନହେବା ପାଇଁ କହୁଥିଲେ। ତା’ସହିତ ସୁରକ୍ଷା ପ୍ରଦାନ କରିଥିଲେ। ସ୍ୱାଭିମାନ ଅଞ୍ଚଳକୁ ନକ୍ସଲଙ୍କ ଦାଉରୁ ରକ୍ଷା କରିବାରେ ତାଙ୍କର ଅତୁଳନୀୟ ଅବଦାନ ରହିଛି।

ସ୍ୱାଭିମାନ ଅଞ୍ଚଳର ଲୋକମାନେ କହିଛନ୍ତି ଯେ ଏସ୍‌ପି ଖିଲାରୀ ସେମାନଙ୍କ ପାଇଁ ଭଗବାନ ସଦୃଶ ଥିଲେ। ସେ ଏହି ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇଥିଲେ। ସେମାନଙ୍କର ସବୁ ସୁଖଦୁଃଖରେ ସେ ସାମିଲ ହୋଇଥିଲେ।

Related Posts

About The Author

Add Comment