ସୁନ୍ଦରଗଡ ତା:୧୦/୬/୨୦୨୬(ସନ୍ଧାନ ନ୍ୟୁଜ/ ବ୍ୟୁରୋ) ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀ ମାନଙ୍କୁ ଏକ ବଡ ଝଟକା ଲାଗିଛି , କାରଣରୁ ସାମପ୍ରତିକ ଗ୍ୟାସ ସଙ୍କଟ ମଧ୍ୟରେ ସବସିଡି ସିଲିଣ୍ଡର ସଂଖ୍ୟା ୯ ରୁ ୪ କୁ ହ୍ରାସ କରାଯାଇଛି । ପୂର୍ବରୁ ହିତାଧିକାରୀଙ୍କୁ ୯ ଟି ସିଲିଣ୍ଡର ମିଳୁଥିଲା । ପ୍ରତି ସିଲିଣ୍ଡର ପିଛା ସବସିଡି ୩୦୦ ଟଙ୍କା ମିଳିଥିବା ବେଳେ ଏହା ଏକ ପରିବର୍ତ୍ତନ କରାଯାଇଛି। ୨୦୧୬ ମସିହାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ହିତାଧିକାରୀ ମାନଙ୍କୁ ବାର୍ଷିକ ୧୨ ଟି ସିଲିଣ୍ଡରର ସବସିଡି ମିଳୁଥିଲା । ତେବେ ସରକାର ଗତବର୍ଷ ଏହାକୁ ୯ ଟି ସିଲିଣ୍ଡର କରିଥିବା ବେଳେ ବର୍ତ୍ତମାନ ସମୟରେ ତାହାକୁ ୪ ଟି ସିଲିଣ୍ଡର କରିଦିଆଯାଇଛି ।
ଉଜ୍ଜଳା ହିତାଧିକାରୀଙ୍କ ପାଇଁ ବଡ ଝଟକା,ସବସିଡି ସିଲିଣ୍ଡର ୯ ରୁ ୪ କୁ ଖସିଲା
|
June 10, 2026 |



