ସୁନ୍ଦରଗଡ, ୧୬/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଜଣେ ନାବାଳିକା କୁ ବିବାହର ପ୍ରତ୍ରିସୃତି ଦେଇ ଜୋର ଜବର୍ଦସ୍ତି ଅପହରଣ କରି ନେବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତଲସରା ପୋଲିସ ଅଭଯୁକ୍ତଙ୍କୁ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ କୋଟ ଚାଲାଣ କରିଥିବା ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ କୁତ୍ରା ଥାନା ଅନ୍ତର୍ଗତ ନୂଆ ଗାଁ ଅଂଚଳର ଜୁଏଲ ଗୌଡ଼ଙ୍କ ପୁଅ ବିଜଲେନ ଗୌଡ଼( ୨୧ ବର୍ଷ) ବୋଲି ସୂତ୍ରରୁ ଜଣାପଡ଼ିଛି । ନାବଳିକ ତାଙ୍କ ମାମୁଁ ଘର କିରାଲଗାରେ ରହି ଆସୁଥିଲା । ଲକ ଡାଉନ ସମୟରେ ସେ ନିଜ ଘର ନୂଆ ଗାଁରେ ତାଙ୍କ ମା ସହିତ ଏକୁଟିଆ ରହୁଥିଲେ । ନାବାଲିକ ର ବାପା ଦୀର୍ଘ ଦିନରୁ ମୃତ୍ୟୁ ବରଣ କରିଥିଲେ । ଏହାର ସୁଯୋଗ ନେଇ ନାବାଳିକାଙ୍କୁ ବାହାହେବାର ପ୍ରଲୋଭନ ଦେଖାଇ ଅପହରଣ କରି ନେଇଯାଇଥିଲା ।ସୂଚନା ପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତକୁ ଗିରଫ କରି କୋଟ ଚାଲାଣ କରାଯାଇଛି ।
ନାବାଳିକା ଅପହରଣ ଅଭିଯୋଗ ରେ ସମ୍ପୃକ୍ତ ଗିରଫ
|
June 16, 2021 |



