ମାଓବାଦୀ ପିସ୍ତଲ ଦେଖାଇ ଦୁଇ ଲକ୍ଷ ଟଙ୍କା ଦାବି,ହତ୍ୟା ଧମକ

Spread the love

ସୁନ୍ଦରଗଡ, ୧୧/୬/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ) : ତଲସରା ଥାନା ଅନ୍ତର୍ଗତ କିରଲଗା ଗ୍ରାମରେ ପୁଣି ମାଓବାଦୀ ସକ୍ରିୟ ହୋଇ ଉଠିଥିବା ବେଳେ ଅଞ୍ଚଲ ଚର୍ଚ୍ଚାର ବିଷୟ ପାଲଟିଛି ଦୁଇ ଦୁଇ ଥର ମାଓବାଦୀ ଗୋଷ୍ଠୀ ଫେଲ ମାରିଥିବା ବେଳେ ଗ୍ରାମବାସୀଙ୍କ ସହଯୋଗ ,ସତର୍କତା ସହ ପୋଲିସ ପ୍ରଶାସନ ର ତତ୍ପରତା ଯୋଗୁଁ ମାଓବାଦୀଙ୍କର କାର୍ଯ୍ୟ ପଣ୍ଡ ହୋଇଛି ।ସୂଚନା ଅନୁଯାୟ ଉପଯୁକ୍ତ  ସମୟ  ବ୍ୟବଧାନରେ ପୋଲିସ ପେଟ୍ରୋଲିଂ ନ ହେବା କାରଣରୁ ମାଓବାଦୀମାନେ ଗାଁ ରେ ପଶି ନିଜ କାର୍ଯ୍ୟ ଜାରି ରଖିବାରେ ସକ୍ଷମ ହେଉଛନ୍ତି । ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏ ନେଇ ଥାନାରେ ଅଭିଯୋଗ ସହ  ଏସପିଙ୍କୁ ଏ ଦିଗରେ ଅବଗତ କରାଯାଇଛି । ଦୁଇ ଜଣ ଦୁର୍ବୃତ୍ତ ଯୁବକ ବେଦବ୍ୟାସ ପଟେଲଙ୍କୁ ଖୋଜାଖୋଜି କରୁଥିବା ବେଳେ  ଅଞ୍ଚଳର କେତେକ ଯୁବକ ଜାଣିପାରି ପଟେଲଙ୍କୁ ଏ ବାବଦରେ ଜଣାଇଥିଲେ । ସୂଚନା ପାଇ ବେଦବ୍ୟାସ ପଟେଲ ଫୋନ ମାଧ୍ୟମରେ ଥାନାରେ ଅବିଯୋଗ କରିଥିଲେ । କ୍ରମାଗତ ଭାବରେ ଦୁଇଥର କିରାଲଗା ଗ୍ରାମର ଲୋକଙ୍କୁ ପିସ୍ତଲ ମୁନରେ ହତ୍ୟାର ଧମକ ଦେଇ ଟଙ୍କା ଲୁଟି ନେବାର ଅଭଯୋଗ ଆସୁଛି । ନିଜକୁ ମାଓବାଦୀର ପରିଚୟ ଦେଇ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିବା ସହିତ ସେମାନଙ୍କ ୩୦ ରୁ ୩୨ବର୍ଷ ହେବା ସହିତ ହିନ୍ଦୀରେ କଥା ହେଉଥିବା ଜଣାପଡିଛି । ଅପରାଧ ବଢିବା ଆଗରୁ ତୁରନ୍ତ ଏ ଦିଗରେ କାର୍ଯନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସି ଦାବୀ କରିଛନ୍ତି ।

Related Posts

About The Author

Add Comment